ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣର କାର୍ଯ୍ୟସୂଚୀ ଘୋଷିତ ହୋଇଛି । ମାର୍ଚ୍ଚ ୨୨ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ଗତ ସଂସ୍କରଣର ବିଜେତା କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯିବ । ମେ ୨୫ରେ ଫାଇନାଲ ମ୍ୟାଚ ଇଡେନ ଗାର୍ଡେନରେ ଖେଳାଯିବ ।
ମାର୍ଚ୍ଚ ୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଖେଳାଯିବ । ୧୦ଟି ଟିମ ମ୍ୟାଚରେ ୧୩ଟି ସ୍ଥାନରେ ୬୫ ଦିନରେ ଓଭରାଲ ୭୪ ମ୍ୟାଚ ଖେଳାଯିବ । ଲିଗ ପର୍ଯ୍ୟାୟରେ ୭୦ଟି ପ୍ଲେଅଫ ଓ ଫାଇନାଲକୁ ମିଶାଇ ବାକି ୪ଟି ମ୍ୟାଚ ଆୟୋଜିତ ହେବ । ମାର୍ଚ୍ଚ ୨୩ରୁ ଡବଲ ହେଡର ମୁକାବିଲା ଖେଳାଯିବ ।ହାଇଦ୍ରାବାଦ ଓ କୋଲକାତାରେ ପ୍ଲେଅଫ ମ୍ୟାଚ ଖେଳାଯିବ । ମେ ୨୦ ଓ ୨୧ରେ ହାଇଦ୍ରାବାଦ କ୍ୱାଲିଫାୟର ୧ ଓ ଏଲିମିନେଟର ଏବଂ ମେ ୨୩ରେ କ୍ୱାଲିଫାୟର ୨ ଓ ଏହାର ୨ ଦିନ ପରେ କୋଲକାତାରେ ଫାଇନାଲ ମ୍ୟାଚ ଆୟୋଜିତ ହେବ । ୨୦୨୪ ସଂସ୍କରଣରେ କୋଲକାତା ନାଇଟ ରାଇଡର୍ସ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଥିଲା । ଏହି ମ୍ୟାଚ ଚେପକରେ ଖେଳା ଯାଇଥିଲା ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-26-scaled.jpg)