ବାଇକ ଦୁର୍ଘଟଣା ରେ ଦୁଇ ଯୁବକଙ୍କ ମୃତ…। ଜୁନାଗଡ ଥାନା ଅନ୍ତର୍ଗତ ଛୋରିଆଗଡ ଗ୍ରାମର ନିଜ ବନ୍ଧୁ ଘରକୁ ଜାଇ ଭୋଜି ଖାଇ OD 08 C 1787 ବାଇକରେ ଫେରୁଥିବା ସମୟରେ ଛୋରିଆଗଡ ଗ୍ରାମର ଏକ କେନାଲ ରାସ୍ତାରେ ଆସୁଥିବା ସମୟରେ କେନାଲ ରେ ପଡ଼ି ଦୁଇ ଯୁବକ କଳିଆକୁଣ୍ଡଲ ରଶ୍ରୀ ଶିବରାମ ବିଶ୍ଵାଳ 40, ଓ ବ୍ରାହ୍ମଣୀ ଗୁଡ଼ାର ଶ୍ରୀ ରୋହିତ ପୁଝାରୀ 30ର, ଘଟଣା ସ୍ଥଳରେ ମୃତ ହୋଇଯାଇଛି, ଗ୍ରାମର ଲୋକମାନେ ଦେଖି ଜୁନାଗଡ ଥାନା କୁ ଫୁନ କରିବାରୁ ଜୁନାଗଡ ପୋଲିସ ଏସଆଇ ଶ୍ରୀ ମନୋଜ କୁମାର ନାଏକ, ଏସଆଇ ଖେମୁଣ୍ଡି, ଓ ଓ ଏସ ଆଇ ସୁରେନ ଘଟଣା ସ୍ଥଳରେ ପହଞ୍ଚିଥିଲେ, କିନ୍ତୁ ଲୋକେ ଆମ୍ବୁଲାନ୍ସ କୁ ଡାକିଥିଲେ କିନ୍ତୁ ଆମ୍ବୁଲାନ୍ସ ପହଞ୍ଚି ଶବକୁ ନେଇନଥିଲେ, ଫଳରେ ପୋଲିସ ଅଧିକାରୀ OD04 H 9677ପ୍ରାଇଭେଟ୍ ଗାଡ଼ି ଡାକି ଜୁନାଗଡ ଡାକ୍ତର ଖାନ କୁ ପୋଷ୍ଟ ମଟନ ପାଇଁ ପଠାଇଥିଲେ, କିନ୍ତୁ ପରିବାର ଲୋକ ପୋଲିସ ସହିତ କଥା କଟାକଟି ଚାଲିଥିଲା, ଆମ ପ୍ରତିନିଧି ପଚାରିବାରୁ ପୋଲିସ କିଛି କହିନଥିଲେ, ତାହା ଆଇ ଆଇ ସି କହିବେ ବୋଲି ମନାକରି ଦେଇଥିଲେ , କିନ୍ତୁ ପରିବାର ଲୋକ ଏହା ଦୁର୍ଘଟଣା କରାଯାଇଛି ବୋଲି ପୋଲିସ କୁ ଅଭିଯୋଗ କରିଥିଲେ, ଓ ରାସ୍ତାରେ ଏକ ନମ୍ବର ପ୍ଲେଟ OD 08N 9634ପଡ଼ିଥିବା ଦେଖି ଏହି ନମ୍ବର ଗାଡ଼ି ଦୁର୍ଘଟଣା କରିଥିବ ବୋଲି ଅଭିଯୋଗ କରିଥିଲେ । ଜୁନାଗଡ ରୁ ବାଲେଶ୍ବର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

May 31, 2026/
No Comments


