ଛୋଟ ପଠାକା କିନ୍ତୁ ବଡ ଧମାକା,ବୟସ କମ କିନ୍ତୁ ପ୍ରତିଭା ଭରପୁର,ଅଜ୍ଞା ହଁ ଆମେ କହୁଚୁ କଟକ ଶିଖରପୁର ସ୍ଥିତ ସୁୟାର୍ନଶୁ (suryanshu) ଙ୍କ କଥା,ବୟସ ମାତ୍ର ୯ ବର୍ଷ,କିନ୍ତୁ ଚଳିତ ମାସ ଫେବୃଆରୀ ୩ ତାରିଖରେ ମଧ୍ୟପ୍ରଦେଶ ର ଭୋପାଳ ରେ ଅନୁଷ୍ଠିତ ହୋଇଥିବା ” ଇଣ୍ଡିଆସ୍ ଡାନ୍ସ ପାୱାର ସିଜନ୍ ୨”( india’s dance power season2) ରେ ଯୋଗଦେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ସାରା ଭାରତରୁ ହଜାର ହଜାର ସଂଖ୍ୟାରେ ନୃତ୍ୟଶିଳ୍ପୀ ଏହି ପ୍ରତିଯୋଗିତାର ରେ ଅଂଶଗ୍ରହଣ କରିଥିଲେ ମଧ୍ୟ ଶେଷ ୧୦୦ ଜଣଙ୍କ ମଧ୍ୟରେ ନିଜର ସ୍ଥାନ କୁ ବଜାୟ ରଖି ପାରିଥିଲେ,ଶେଷରେ ନିଜର ନିଷ୍ଠା ଓ ପ୍ରତିଭା ବଳରେ ଶ୍ରେଷ୍ଟ ନୃତ୍ୟଶିଳ୍ପୀ ଭାବରେ କୃତିତ୍ୱ ଅର୍ଜନ କରି ସାରା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛନ୍ତି,ତେବେ ଏତେ କମ୍ ବୟସରୁ ତାଙ୍କର ନୃତ୍ୟ ଆଖିରେ ନ ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ, କେବଳ ନୃତ୍ୟ ନୁହେଁ ବରଂ ଜଣେ ଭଲ ଅଭିନେତା ଭାବରେ ମଧ୍ୟ ପାଖାପାଖି ୧୦୦୦ ଟି ଷ୍ଟେଜ ଶୋ ରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ସୂର୍ଯଂଶୁ,ପୁଅର ଏହି କୃତିତ୍ୱ ପାଇଁ ପିତା ଶ୍ରୀକାନ୍ତ ପରିଡ଼ା ଓ ମା ଲୋପାମୁଦ୍ରା ପରିଡ଼ା ବେଶ୍ ଖୁସି ବୋଲି ନିଜର ପ୍ରତିକ୍ରିୟା ରେ କହିବା ସହ,ଆଗାମୀ ଦିନରେ ପୁଅ ଦେଶ ପାଇଁ ଗର୍ବର ବିଷୟ ପାଲଟିବ ବୋଲି କହିଛନ୍ତି,ତେବେ ପାଠ ପଢିବା ସହିତ ଦିନକୁ ଦୁଇ ଘଣ୍ଟା ନୃତ୍ର ପାଇଁ ମୁଁ ଦେଇ ଥାଏ,ଏବଂ ବଡ ହୋଇ ଜଣେ ଭଲ ନୃତ୍ୟଶିଳ୍ପୀ ସହ ଜଣେ ସଫଳ କଳାକାର ହେବି ବୋଲି ସୁର୍ୟଂଶୁ ନିଜ ପ୍ରତିକ୍ରିୟାରେ କହିଛନ୍ତି

January 17, 2026/
No Comments


