ମନ୍ଦିର ପ୍ରତିଷ୍ଠା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଯାଜପୁର ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ହେଉଛି ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାର ଉର୍ବର ମାଟି।ଏଠାକାର ମଠ, ମନ୍ଦିର ତଥା ଆଧ୍ୟାତ୍ମିକ ବାତାବରଣ ଗ୍ରାମ୍ୟ ଜୀବନକୁ ମହନୀୟ କରିଥାଏ। ସଂପ୍ରତି ଓ ଭାଇଚାରା ଏସ ଐକ୍ୟର ମହାମନ୍ତ୍ର ଗାଏ।ଏହି ଗ୍ରାମର ଆଧ୍ୟାତ୍ମିକ ଚିନ୍ତନ ତଥା ଶୈବ ଉପାସକ ମାନଙ୍କ ଭାବାବେଗକୂ ରୁଦ୍ଧିମନ୍ତ କରିବା ପାଇଁ ବାବା ଆଖଣ୍ଡଳମଣିଙ୍କ ଏକ ଭବ୍ୟ ମନ୍ଦିର ଏଠାରେ ନିର୍ମାଣ କରାଯାଇଛି।ଏହା ଗତ ତିନିଦିନ ଧରି ନବନିର୍ମିତ ଶିବ ମନ୍ଦିରର ପ୍ରତିଷ୍ଠା ଉତ୍ସବ ବୈଦିକ ରୀତିରେ ଅନୁଷ୍ଠିତ ହେବା ସହ ହୋମଯଜ୍ଞ,ଯଜ୍ଞାଦି କାର୍ଯ୍ୟକ୍ରମ,କଳସ ଯାତ୍ରା, ସ୍ବର୍ଯ୍ୟ ପୂଜା, ଅଙ୍କୁରାରୋପଣ ଓ ଯଜ୍ଞ ଅଗ୍ନି ସ୍ଥାପନ ,ବିଗ୍ରହ ପ୍ରାଣ ପ୍ରତିଷ୍ଠା, ମହାସ୍ନାନ ଓ ଯଜ୍ଞ ହୁତି, ପୂର୍ଣ୍ଣାହୁତି,ପୂର୍ଣ୍ଣ ଆଳତି ଆଦି ମହାଦେବଙ୍କ ରିତିନିତି ଅନୁଯାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବିଭିନ୍ନ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ପରିବେଷଣ , ପ୍ରବଚକ ଶ୍ରୀ ଚରଣାର ବିନ୍ଦଙ୍କ ଦ୍ବାରା ପ୍ରବଚନ , ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ଯୋଗଦେଇ ଥିଲେ ସେମାନେ ହେଲେ ବ୍ଳକ ଅଧ୍ୟକ୍ଷା ରଞିତା କୁମାରୀ ଦାସ, ସମାଜସେବୀ କଳୈସ ସେଠି, ପୃର୍ବତନ ଅଧ୍ୟକ୍ଷ ନନ୍ଦକିଶୋର ସାମଲ, ସେବା ନିବୃତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପ ନିର୍ଦେଶିକା ପ୍ରୀତି ପ୍ରତିଭା ଭୋଳ, ପ୍ରାଧ୍ୟାପକ ପ୍ରସନ୍ନ ରାଉତ, ପ୍ରାଧ୍ୟାପକ ଶ୍ରୀହରି ଧଳ, ସମାଜସେବୀ ଓ ଶିକ୍ଷାବିତ ରବିନ୍ଦ୍ର କୁମାର ପରିଡ଼ା, ସରପଞ୍ଚ କାମଦେବ ଧଳ,ମନୋଜ ଧଳ, ପୃର୍ବତନ ସରପଞ୍ଚ ଧ୍ରୁବଚରଣ ସେଠି ,ବିଦ୍ୟାଧର ରାୟ, ଇଲେକ୍ଟ୍ରିକାଲ ବିଭାଗର ଯାଜପୁର ରୋଡ଼ର ଏଶ ଡି ଓ ପାର୍ଥସାରଥୀ ଦାସ ଆଦି ଯୋଗଦେଇଥିଲେ। ମନ୍ଦିର ପ୍ରତିଷ୍ଠା ଓ ବିଭିନ୍ନ କାର୍ଯ୍ୟକ୍ରମକୁ ସମାଜସେବୀ ଓ ପରୋପକାରୀ ଭାବେ ପରିଚିତ ସୁରେନ୍ଦ୍ର ମହାଳିକଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା ଓ ସମ୍ବର୍ଦ୍ଧନା ମଧ୍ୟ ସୁରେନ୍ଦ୍ର ମହାଳିକଙ୍କୁ କରାଯାଇଥିଲା।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



