ଅନୁଗୋଳ/ତାଳଚେର, ୨୩/୦୨ : ତାଳଚେର ପୋଲିସ ୨୪ଟି ସୁନା ଚେନ୍ ଜବତ କରିବା ସହ ୭ଜଣଙ୍କୁ ଗିରଫ କରିଛି । ଜବତ ଚେନର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ । ମହିଳାଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ଥାନରୁ ମହିଳାଙ୍କ ବେକରୁ ସୁନା ଚେନ ଛିଡାଇ ଚମ୍ପଟ ମାରୁଥିଲେ ଏହି ଗ୍ୟାଙ୍ଗ । ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଥିବା ଜଣାପଡିଛି ।
ଗତ ୧୯ ତାରିଖ ଦିନ ତାଳଚେର ବାଘୁଆବୋଲ ଅଞ୍ଚଳରୁ ଜଣେ ମହିଳାଙ୍କ ବେକରୁ ସୁନାଚେନ ଚିଣ୍ଡାଇ ଦୁଇଜଣ ଚୋରମୋଟରସାଇକେଲରେ ପଳାଇ ଯାଉଥିବାବେଳେ ଡେରା ଠାରେ ଚୋରିହୋଇଥିବା ପରିବାରର ସଦସ୍ୟ ଚୋରକୁ କାବୁକରି ପୋଲିସ ଜିମାଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରି ଚୋରିରେ ସାମିଲ ଥିବା ସାତ ଜଣକୁ ଗିରଫ କରିବାସହ ସେମାନଙ୍କଠାରୁ ୨୪ଟି ସୁନାଚେନ ଜବତକରିଥିବା ଏକ ସାମ୍ୱାଦିକ ସମିଳନୀ ମାଧ୍ୟମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।



