( ଜ଼ିଲ୍ଲା ଓକିଲ ସଂଘ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ )
ଜଗତସିଂହପୁର ତା =24/2/25ଜଗତସିଂହପୁର ଜ଼ିଲ୍ଲା ଓକିଲ ସଂଘ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଦୁଇ ଦିନ ଧରି ମହା ସମାରୋହ ରେ ଅନୁଷ୍ଠିତ ହୋଇ ଉତ୍ସଯାପିତ ହୋଇଯାଇଛି |ଜ଼ିଲ୍ଲା ଓକିଲ ସଂଘ ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ଦାସ ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଓ ମଞ୍ଚାସିନ ସମସ୍ତ ଅତିଥି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |ବରିଷ୍ଟ ଆଇନୀଜୀବି ରାଜ କିଶୋର ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜ଼ିଲ୍ଲା ଓକିଲ ସଂଘ ର ସଭାପତି ରବୀନ୍ଦ୍ର କୁମାର ମହାନ୍ତି ଆଇନୀଜୀବି ମାନଙ୍କ ର ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ପର୍କ ରେ ମଞ୍ଚାସିନ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ମୁଖ୍ୟ ବକ୍ତା ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା | ସଂମ୍ମାନିତ ଅତିଥିଭାବେ ତିର୍ତ୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ ପ୍ରମୁଖ ଯୋଗଦେଇ ଜ଼ିଲ୍ଲା ଓକିଲ ସଂଘ ପରିସରରେ ଏକ ପାଠାଗାର ଏବଂ ଅସମ୍ପୂର୍ଣ କୋର୍ଟ ଗୃହ ନିର୍ମାଣ ସମ୍ପୂର୍ଣ କରିବାକୁ ପ୍ରତିଶୃତି ଦେଇଥିଲେ | ଏହି ଉପଲକ୍ଷେ ଜ଼ିଲ୍ଲା ଓଲିଲ ସଂଘ ର ପୂର୍ବତନ ସଭାପତି ଏବଂ ସମ୍ପାଦକ ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ | ଶେଷରେ ଜ଼ିଲ୍ଲା ଓକିଲ ସଂଘ ର ଉପ ସଭାପତି ସରୋଜ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଵା ପରେ ମେଲୋଡି କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା | ସମସ୍ତ ଆଇନୀଜୀବି ଏହି କାର୍ଯ୍ୟକ୍ରମ ରେ ସାହାଯ୍ୟ ସହଯୋଗ କରିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



