
କଟକ ବାରବାଟୀ ଷ୍ଟାଡିୟମ ହର୍ଷ ଗେଟ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି ସେଣ୍ଟ ଜାଭିୟର୍ସ ପର୍ପଲ୍ ଟର୍ଟଲ୍ ଇଣ୍ଟରନ୍ୟାସନାଲ୍ ବିଦ୍ୟାଳୟର ଶିଶୁମେଳା “କିଣ୍ଡର୍ ଫେୟାର” । ତେବେ ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ମହାନିର୍ଦ୍ଦେଶକ ଡି. ଜି. ଶ୍ରୀନିବାସ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ନିର୍ଦ୍ଦେଶକ ଡ଼. ପ୍ରଭୁ ଚରଣ ମହାନ୍ତି ଉଦ୍ଘାଟନ କରିଥିଲେ । ସେହିଭଳି ଅତିଥି ମାନେ ଉପସ୍ଥିତ ରହି କୁନି କୁନି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏବଂ କୁନି ତାରକା ମାନେ ନୃତ୍ୟ, ଗୀତ, ରାଇମ୍ସ, ଗଳ୍ପ ଆଦି ପରିବେଷଣ କରି ସମସ୍ତଙ୍କ ମନ ମୋହିଥିଲେ । ଏହାବ୍ୟତୀତ କୁନି କୁନି ପିଲାମାନେ ଭାରତର ବିଭିନ୍ନ ରାଜ୍ୟର ପାରମ୍ପରିକ ପୋଷାକ ପିନ୍ଧି ଅତିଥିମାନଙ୍କୁ ସେହି ରାଜ୍ୟର ସ୍ବତନ୍ତ୍ର ଖାଦ୍ୟ ପରିବେଷଣ କରିଥିଲେ । ପରିଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ ମେନନ୍ ଓ ପ୍ରଧାନ ଶିକ୍ଷୟିତ୍ରୀ ମମତା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-15-scaled.jpg)

