ସ୍ଵାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ
_ ସହିରା ସ୍ଥିତ ସ୍ବାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ପଞ୍ଚଦଶ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଉଦଘାଟକ ରୁପେ ଶ୍ରୀ ଶ୍ରୀ ରାଧାରମଣ ମଠର ମଠାଧିଶ ଓ ପୁରୀ ଗୋବର୍ଦ୍ଧନ ମଠର ସନ୍ଥ ସଂରକ୍ଷକ ବାବାଜୀ ଅସୀମାନନ୍ଦ ଦାସ ମହାରାଜ ଯୋଗଦେଇ ଥିଲେ। ମୁଖ୍ୟ ଅତିଥି ଭାବେ ଟିପିଏସ ଇନ୍ ଫ୍ରାଷ୍ଟାକଚର ଲିମିଟେଡର ଉପସଭାପତି ଓ ଆଳି ସମ୍ବାଦ ସାହିତ୍ୟ ଘରର ସଭାପତି ଏବଂ ବିଶିଷ୍ଟ ସମାଜସେବୀ ଇଞ୍ଜିନିୟର ନିଳାଦ୍ରୀ ଭୁଷଣ ମହାପାତ୍ର ଯୋଗଦେଇ ଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ଅବସରପ୍ରାପ୍ତ ଅଧ୍ୟାପକ ଦାମୋଦର ରାଉଳ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ସହିରା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଏକଲବ୍ୟ ପାତ୍ର ଓ ବଲୁରିଆ ଗ୍ରାମ ପଞ୍ଚାୟତର ସମାଜସେବୀ ମୁକେଶ କୁମାର ପରିଡ଼ା ପ୍ରମୁଖ ଯୋଗଦେଇ ଥିଲେ। ସଭାକାର୍ଯ୍ୟ ସରିଲା ପରେ ସ୍କୁଲର କୋମଳ ମତି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଥିଲା ଏ ସମସ୍ତ କାର୍ଯ୍ୟକ୍ରମକୁ ସ୍କୁଲର ପ୍ରଧାନ ଆଚାର୍ଯ୍ୟା,ଗୁରୁମା, ଗୁରୁଜୀ ଓ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ।
ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-15-scaled.jpg)
