ରାସାୟନିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ

ଅନୁଗୋଳ,ତା.୨୫.୦୨:- ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଏକ ପ୍ରସ୍ତୁତି ବୈଠକ ( ଟେବୁଲ ଟପ୍ ଅଭ୍ୟାସ) ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ତତ୍ତ୍ୱାବଧାନରେ ଚଳିତ ମାସ ୨୮ ତାରିଖରେ ଏନ୍ ଟି ପି ସି କଣିହାଁ, ଜେ ଆଇ ଟି ପି ଏଲ୍ ଡେରଙ୍ଗ, ଜେ ଏସ୍ ପି ଏଲ୍, ନିଶା ଠାରେ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ମକଡ୍ରିଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆପାତ କାଳିନ ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଜେନା ଏହି ମକ୍ ଡ୍ରିଲ୍ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ (ଟେବୁଲ ଟପ୍ ଅଭ୍ୟାସ) ବିଭିନ୍ନ ବିଷୟରେ ଯଥା – କଣ୍ଟ୍ରୋଲ ରୁମ୍, ରିଲିଫ ସେଣ୍ଟର, ପ୍ରଦୂଷଣ ସ୍ଥାନ, ନାଲି ହଳଦିଆ ସବୁଜ ଜୋନ ଇତ୍ୟାଦି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା । ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ୍ରାଫ, ଅଗ୍ନିଶମ, ପୋଲିସ ଇତ୍ୟାଦି ପକ୍ଷରୁ ପାଓ୍ବାର ପଏଣ୍ଟ ମାଧ୍ୟମରେ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା । ଏହି ବୈଠକରେ ଅ।ଭାସି ମାଧ୍ୟମରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ବରିଷ୍ଠ ଅଧିକାରୀମନେ ଯୋଗ ଦେଇ ମକ୍ ଡ୍ରିଲ୍ ସମ୍ପର୍କୀୟ ପ୍ରସ୍ତୁତି ଉପରେ ତଦାରଖ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁରେନ୍ଦ୍ରନାଥ ରାୟଗୁରୁ, ସହାକାରୀ ନିର୍ଦ୍ଦେଶକ ଫାକ୍ଟ୍ରି ଓ ବ୍ରଏଲରସ୍ ଶ୍ରୀ ମନୋଜ କୁମାର ମିଶ୍ର, ସହକାରୀ ଅଗ୍ନିଶମ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ମଲ୍ଲିକ, ଛେଣ୍ଡିପଦା ତହସିଲଦାର ଶ୍ରୀ ମାନସ ରଞନ ରାୟ, ତାଳଚେର ତହସିଲଦାର ରୋଜାଲିନ୍ ବେହେରାଙ୍କ ସମେତ ଏନ୍ ଟି ପି ସି, ଜେ ଏସ୍ ପି ଏଲ୍, ଜେ ଆଇ ଟି ପି ଏଲ୍ ର ପ୍ରତିନିଧ୍ ଓ ବିଭିନ୍ନ ବିଭାଗର ସମ୍ପୃକ୍ତ ଅଧିକାରୀମାନେ ଯୋଗ ଦେଇଥିଲେ ।



