(, ମହିଳା ହୋମଗାର୍ଡ ଙ୍କୁ ଅସାଦଚରଣ କରିଥିବା ଅଭିଯୋଗ ରେ କୋର୍ଟ ଚାଲାଣ ହେଲେ କୁଜଙ୍ଗ ଥାନା ଅଧିକାରୀ )
ଜଗତସିଂହପୁର ତା =25/2/25 ଖାକି ବର୍ଦ୍ଧିରେ ଲାଗିଲା କଳଙ୍ଗ ର ଛିଟା | ଜଗତସିଂହପୁର ଥାନାର ପୂର୍ବତନ ଅତିରିକ୍ତ ଭାରପ୍ରାପ୍ତ ଥାନା ଅଧିକାରୀ ଜଣେ କାର୍ଯ୍ୟରତ ମହିଳା ହୋମଗାର୍ଡ ଙ୍କ ସହିତ ବିବାହ ର ପ୍ରତିଶୃତି ଦେଇ ଅସଦାଚରଣ କରିବା ଅଭିଯୋଗ ର ତଦନ୍ତ କରି ଜ଼ିଲ୍ଲା ଆରକ୍ଷୀ ଅଧକ୍ଷକ ଭବାନୀ ଶଙ୍କର ଉଦଗାତା କୁଜଙ୍ଗ ଥାନା ଅଧିକାରୀ ତପନ କୁମାର ନାୟକ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହିତ କୋର୍ଟ ଚାଲାଣ କରିଛନ୍ତି |ଖବର ନେବାରେ ଜଣାପଡିଛି ପୂର୍ବରୁ ଜଗତସିଂହପୁର ଅତିରିକ୍ତ ଥାନା ଅଧିକାରୀ ତପନ କୁମାର ନାୟକ ଜଗତସିଂହପୁର ଥାନା ର ଜୈନେକ ହୋମଗାର୍ଡ ସହିତ ପ୍ରେମ ସମ୍ପର୍କ ରଖି ବିବାହ ପ୍ରତିଶୃତି ଦେଇଥିଲେ |ତାର ପରବର୍ତ୍ତୀ ସମୟରେ ଜଗତସିଂହପୁର ଅତିରିକ୍ତ ଥାନା ଅଧିକାରୀ ତପନ କୁମାର ନାୟକ ଙ୍କ ର କୁଜଙ୍ଗ ଥାନା ଆଇ ଆଇ ସି ଭାବେ ପ୍ରମୋସନ ହୋଇଥିଲା | ଆଇ ଆଇ ସି ତପନ କୁମାର ନାୟକ ଏକ ମାସ ହେବ କୁଜଙ୍ଗ ରେ ରହୁଥିଲେ |ହେଲେ ମହିଳା ହୋମଗାର୍ଡ ବାରମ୍ବାର ଫୋନ କଲେ ମଧ୍ୟ୍ୟ ଫୋନ ରିସିଭି କରୁନଥିଲେ କି ମହିଳା ହୋମଗାର୍ଡ ସହିତ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନ ଥିଲେ କିମ୍ବା ଧରା ଛୁଆଁ ଦେଉନଥିଲେ |କେଉଁ ଆଡ଼େ ଫେରାର ଥିଲେ |ମହିଳା ହୋମଗାର୍ଡ ଶେଷରେ ନିରୁପାୟ ହୋଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଏସ ପି ଭବାନୀ ଶଙ୍କର ଉଦଗାତା ଙ୍କ ନିର୍ଦେଶ ରେ ଜଗତସିଂହପୁର ଥାନା ଆଇ ଆଇ ସି ପ୍ରଭାସ କୁମାର ସାହୁ ମହିଳା ହୋମଗାର୍ଡ ଙ୍କ ଅଭିଯୋଗ କୁ ଭିତିକରି ଜଗତସିଂହପୁର ଥାନାରେ ଏକ ମକଦମା ରୁଜୁ କରାଯାଇଥିଲେ |ଏକ ସ୍ୱତନ୍ତ୍ର ପୋଲିସ ଟିମ ଖୋର୍ଦ୍ଧା ଅଞ୍ଚଳ ରୁ କୁଜଙ୍ଗ ଥାନା ଆଇ ଆଇ ସି ତପନ କୁମାର ନାୟକ କୁ ଗିରଫ କରିବା ସହିତ ମହିଳା ହୋମଗାର୍ଡ ଙ୍କୁ ଜଗତସିଂହପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତରୀ ମଇନା କରାଯାଇଥିଲା |ଘଟଣା ର ସତ୍ୟାସତ୍ୟ କୁ ଅନୁଧ୍ୟାନ କରି ଜ଼ିଲ୍ଲା ଆରକ୍ଷୀ ଅଧକ୍ଷକ ଶ୍ରୀ ଉଦଗାତା କୁଜଙ୍ଗ ଥାନା ଆଇ ଆଇ ସି ତପନ କୁମାର ନାୟକ କୁ କାର୍ଯ୍ୟ ରୁ ବହିଷ୍କାର କରିବା ସହିତ କୋର୍ଟ ଚାଲାଣ କରିଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



