ବ୍ରହ୍ମପୁର ଲାଞ୍ଜିପଲ୍ଲୀ ସ୍ଥିତ ମା ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର 1008 ଦୀପ ଦାନ

ବ୍ରହ୍ମପୁର,ପବିତ୍ର ଶିବରାତ୍ରି ଅବସରରେ ବ୍ରହ୍ମପୁର ଜେଲ ରୋଡ ନିକଟରେ ଥିବା ମା ଦକ୍ଷିଣେଶ୍ୱରୀ କାଳୀ ମନ୍ଦିରରେ 1008ଦୀପ ଦାନ ର ଆୟୋଜନ କରାଯାଇ ଥିଲା।ପ୍ରଥମେ ମା ଙ୍କ ନିକଟରେ ଆଳତୀ କରା ଯାଇଥିଲା।ଆଳତି ପରେ ଭକ୍ତ ବୃନ୍ଦ ଙ୍କ ସହଯୋଗ ରେ 1008ଦିପ ରେ ଅଗ୍ନି ସଂଯୋଗ କରାଯାଇ ଥିଲା।ଏହି 1008 ଦୀପ ଓ ମା ଙ୍କ ଦର୍ଶନ ପାଇଁ ଆଖା ପାଖି ଅଞ୍ଚଳର ବହୁ ଭକ୍ତ ଉପସ୍ଥିତ ଥିଲେ। ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ଏହି କାର୍ଯ୍ୟରେ ସହଯୋଗ କରିଥିଲେ।



