ଝୁଲନ୍ତା ଅବସ୍ଥାରେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ଚମ୍ପୁଆଥାନା ଅନ୍ତର୍ଗତ ରେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତଦେହ ଉଦ୍ଧାର।ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁର ଅଙ୍ଗନୱାଡି କେନ୍ଦ୍ର ଭିତରୁ ଆଜି ଅଙ୍ଗନୱାଡି କର୍ମୀ ମାଣିକ ବାରିକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମାଣିକ ବାରିକ ଆଜି ଅଙ୍ଗନୱାଡି କେନ୍ଦ୍ରକୁ ଆସି ଆତ୍ମହତ୍ୟା କରିଥିବା ନେଇ ସୂଚନା। ତେବେ ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବଦ କରିଛନ୍ତି। ସୂଚନା ଅନୁଯାୟୀ ମାଣିକ ବାରିକ କେନ୍ଦ୍ର ଭିତରେ ଥିବା ପଙ୍ଖାରେ ଏକ ପ୍ଲାଷ୍ଟିକ ଦଉଡି ସାହାର୍ଯ୍ୟରେ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମଧ୍ୟ୍ୟ ପୋଲିସ ଜବଦ କରିଥିବା ନେଇ ସୂଚନା। ସୂଚନା ଯୋଗ୍ୟକି ଅଙ୍ଗନୱାଡି କେନ୍ଦ୍ର ପରିସରରେ ଏକ ଶିଶୁ ମନ୍ଦିର ଚାଲୁଥିବା ବେଳେ ଏନେଇ ମାଣିକ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତେବେ ପୋଲିସ ଶବକୁ ଜବଦ କରିବା ସହ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଶବ ବ୍ୟବଛେଦ କରିଥିବା ବେଳେ କଣ ପାଇଁ ଓ କେଉଁ ପରିସ୍ଥିତିରେ ମାଣିକ ଆତ୍ମହତ୍ୟା କରିଛନ୍ତି ସେ ନେଇ ଅଧିକ ତଦନ୍ତ କରୁଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

September 20, 2026/
No Comments
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-15-scaled.jpg)

