ଶ୍ରୀଶ୍ରୀ ଜୟଗୋପାଳ ଜୀଉ ମଠ ପ୍ରାଙ୍ଗଣରେ ଅଷ୍ଟପ୍ରହର ନାମଯଜ୍ଞ
ଢେଙ୍କାନାଳ, ୪/୩: ଢେଙ୍କାନାଳ ସହର ବାଜିଚୌକ ଜୟ ଗୋପାଳସାହିସ୍ଥିତ ଶ୍ରୀଶ୍ରୀ ଜୟଗୋପାଳ ଜୀଉ ମଠ ପ୍ରାଙ୍ଗଣରେ ଅଷ୍ଟପ୍ରହର ନାମଯଜ୍ଞ ଓ ଗୀତାଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଗତ ୩ ତାରିଖରେ ଅଧିବାସ ପୂଜା ଅନୁଷ୍ଠିତ ହୋଇଯାଇଛି । ୪ ତାରିଖ ମଙ୍ଗଳବାର ୬ଦଳ କୀର୍ତନ ମଣ୍ଡଳୀ ଦ୍ୱାରା ନାମଯଜ୍ଞ ହୋଇଥିଲାବେଳେ ସଂଧ୍ୟାରେ ପ୍ରସାଦସେବନ ଭକ୍ତମାନେ ପାଇଥିଲେ । ଆସନ୍ତା ୫ ତାରିଖ ଦିନ ନଗର କୀର୍ତନ ଓ ଦଧିହାଣ୍ଡି ଭଙ୍ଗାଯିବ । ପୂଜକ ଜଗନ୍ନାଥ ତ୍ରିପାଠୀ ଓ ସନ୍ତୋଷ ଦେବତା ଭାବେ ସମସ୍ତ ପୂଜାକୁ ସୁଚାରୁ ରୂପେ ପାଳନ କରୁଛନ୍ତି । ସଭାପତି ଗୁପ୍ତେଶ୍ଵର ମିଶ୍ର, ଖଗେଶ୍ଵର ବେହେରା, ଜଗା ସେଠୀ, ଶ୍ରୀକାନ୍ତ ସେଠୀ, ବିଷ୍ଣୁ ବେହେରା, ବ୍ରହ୍ମାନନ୍ଦ ରାଉତ, ଦିଲ୍ଲୀପ କୁମାର ସାହୁ, ସନ୍ତୋଷ କୁମାର ସେଠୀ, ପରମାନନ୍ଦ ସେଠୀ ଓ ଦୁଃଖବନ୍ଧୁ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତତ୍ୱାବଧାନ କରିଥିଲେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
