*ପୋଖରୀ ପାଣି ବିସାକ୍ତ,ବଡଟିକରା ଗୁଡା, ଜୁନାଗଡ଼,
କଳାହାଣ୍ଡି**.ମଣିଷକୁ ଘେରି ରହି ତାର ଜିବନ ତଥା କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବା ପରିବ୍ରୁତିକୁ ହିଁ ପରିବେଶ କୁହାଯାଏ, କିନ୍ତୁ ଯଦି ପରିବେଶ ଦୁଷିତ ହୁଏ ତାହେଲେ ସେହି ପରିବେଶରେ ବଞ୍ଚୁଥିବା ମଣିଷର ଆଚରଣ ଉଚ୍ଚାରଣ ଓ ବ୍ୟବହାର କେମିତି ହେବ ନ କହିବା ଭଲ.ଠିକ୍ ସେମିତି ପାଣି ଯଦି ଦୁଷିତ ହୁଏ ଓ ଆବର୍ଜନାର ଗନ୍ତାଘର ପାଲଟିଯିବା ସହିତ ଦେହରେ ମଧ୍ୟ ଟାଇଫଏଡ ହେଲାଭଳି କାଛୁକୁଣ୍ଡିଆ ବି ହୋଇଥାଏ.. କହିବାର ମାନେ ଆମେ କହୁଛୁ କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଅନ୍ତର୍ଗତ ବଡଟିକରା ଗୁଡାର ଗ୍ରାମ ବାସି ମାନଙ୍କର କାହାଣି.ଲୋକଙ୍କ କହିବା ଅନୁସାରେ ସେହି ଗ୍ରାମରେ ଗୋଟିଏ ପୋଖରି ରେ କେହି ଜଣେ ମାଛଚାଷ କରିଛି ଓ ବିଷାକ୍ତ ମେଡିସିନ ଦେବା ଫଳରେ ସେହି ପାଣିକୁ ସେମାନେ ଗୋଧୋଇଲେ କାଛୁ କୁଣ୍ଡିଆ ହେଉଛି ବୋଲି ଲୋକମାନେ ମନ୍ତବ୍ୟ ପ୍ରକାଶ କରିଛନ୍ତି ଓ ଆଗକୁ ଯଦି ଏମିତି ହେବ ତାହେଲେ ନିଶ୍ଚିତ ଭାବରେ ଦେହ ଖରାପ ହେବା ସହିତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ବୋଲି ଲୋକମାନେ ପରିପ୍ରକାଶ କରିଛନ୍ତି,, ସ୍ଥାନୀୟ ପ୍ରଶାସନକୁ ଆମର ବିନମ୍ର ଅନୁରୋଧ ଖବର ପ୍ରସାରଣ ହେଲାପରେ ଏହି ଦିଗରେ ନଜର ଦେବେ ଓ ସମସ୍ୟାର ସମାଧାନ କରିବେ ବୋଲି ଆମର ଆଶା ଓ ବିଶ୍ବାସ ରହିଛି.*******କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ବର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


