ତାଳଚେର ସନ୍ଥପଡ଼ା ରେ ଅତି ଧୁମ ଧାମ ରେ ଅଷ୍ଟପ୍ରହର ନାମଯଜ୍ଞ ପାଳନ ହୋଇଛି l
ଅନୁଗୋଳ: ତାଳଚେର ସହର ଉପକଣ୍ଠ ସନ୍ଥପଡ଼ା ଗ୍ରାମରେ ରେ ଶ୍ରୀଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ୨ ତାରିଖ ଦିନ ଅଧିବାସ ପୂଜା ଅନୁଷ୍ଠିତ ହୋଇଥିବାବେଳେ ଅଦ୍ୟ ୩ ତାରିଖରେ ୩୦ଟି ସଂକୀର୍ତନ ମଣ୍ଡଳୀକୁ ନେଇ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ବିଭିନ୍ନ ଭୋଗରାଗ ସହିତ ପୂଜାର୍ଚ୍ଚନା କରାଯାଇ ବହୁ ସଂଖ୍ୟାରେ ଭକ୍ତମାନେ ପ୍ରସାଦସେବନ କରିଥିଲେ । ୪ତାରିଖ ସକାଳେ ନଗର ଭ୍ରମଣ ସହିତ ବଧୂହଶି ଲଗ୍ନ କରାଯିବ । ଏହି ନାମଯଜ୍ଞକୁ ଶ୍ରୀଯୁକ୍ତ ବିଜୟ କୁମାର ପଣ୍ଡା, ବିଘ୍ନ ରାଜ ମିଶ୍ର ସମସ୍ତ ପୂଜା ବିଧିର କର୍ମ କରିଥିଲେ l କର୍ତା ଭାବେ ହୃଦାନନ୍ଦ ସାମଲ ଥିଲେ l ତାଳଚେର ର ବିଧାୟକ ମହୋଦୟ ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ତତ୍ ସଙ୍ଗେ ସନ୍ଥପଡ଼ା ଗ୍ରାମର ସରପଞ୍ଚ ମହୋଦୟ ଶ୍ରୀଯୁକ୍ତ ସହଦେବ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସନ୍ଥପଡ଼ା ଗ୍ରାମର ସମସ୍ତ ପ୍ରକାରର ଉନ୍ନତି ପାଇଁ ଶ୍ରୀ ପ୍ରଭୁ ଚୈତନ୍ୟ ଠାକୁର ଙ୍କୁ ଆଶ୍ରିବାଦ ମାଗିଥିଲେ l ଏହି ଅଷ୍ଟ ପ୍ରହର ଯଜ୍ଞ କୁ ସମସ୍ତ ଗ୍ରାମ ବାସି ବୃନ୍ଦ ସହଯୋଗ କରି ଥିଲେ l
ଅନୁଗୋଳ ତାଳଚେର ରୁ ସୁବାସ ସାମଲ ଙ୍କ ରିପୋର୍ଟ୍ l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


