*ସିଂହପାଲି ଗ୍ରାମରେ ନିର୍ମାଣ ହେବ ହ୍ୟାଣ୍ଡଲୁମ କ୍ରାଫ୍ଟ ସେଣ୍ଟର୍*

ବରଗଡ:୧୨/୩(ପବିତ୍ର ମେହେର ) ବରଗଡ ଜିଲ୍ଲା ଅତାବିରା ବ୍ଲକ ଟୋପ ଗ୍ରାମ ପଂଚାୟତ ଅଧିନରେ ଥିବା ସିଂହପାଲି ଗ୍ରାମରେ ୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ବିରାଟ ହ୍ୟାଣ୍ଡଲୁମ କ୍ରାଫ୍ଟ ସେଣ୍ଟର୍ ନିର୍ମାଣ ପାଇଁ ଜାଗା ଚିହ୍ନଟ କରାଯାଇଛି |ଜାଗା ଚିହ୍ନଟ ସମୟରେ ପର୍ଯ୍ୟଟନ ବିଭାଗ ଓଡିଶା ସରକାର ବଲବନ୍ତ ସିଂହ,ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲ,ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ,ପଦ୍ମପୁର ଏଡିଏମ ନିଖିଲ ଚୌହାନ ମୋତିରାମ,ଜିଲ୍ଲା ଏଟିଡି ହୃଷିକେଶ ମହାଲିଙ୍ଗ,ତହସିଲଦାର କେ ରିଚି କୁମାର,ଟୋପ ଆରଆଇ ଅରୁଣ କୁମାର ରଥ ସିଂହପାଲି ଭୁଲିଆ ସମାଜର ଗଣ୍ୟମାନ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ | ପ୍ରଶାସନିକ ଅଧିକାରୀଗଣ ବୁଣାକାରମାନଙ୍କ ଘରକୁ ଯାଇ ଲୁଗାବୁଣା ଉପରେ କିପରି କାର୍ଯ୍ୟ କରନ୍ତି ତା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଦେଖି ପଚରା ଉଚୁରା କରି ଲୋକଙ୍କ ସହ ମିଶି ଆଲୋଚନା କରି ଜାଗା ଚିହ୍ନଟ ହେଲା l ବୁଣାକାର ମାନଙ୍କ ଭିତରେ ଖୁସିର ଲହରୀ ଖେଳିଯାଉଛି।ସରକାରଙ୍କ ଦୃଷ୍ଟି ପଡିଥିବା ଯୋଗୁଁ ସିଂହପାଲି ଗାଁ ରେ ହେବ ହେଣ୍ଡଲୋମ କ୍ରାଫ୍ଟ ସେଣ୍ଟର l ତେବେ ବୁଣାକାରମାନେ ସରକାରଙ୍କୁ ଧନ୍ୟବାଦ ଦେବା ସହ ସରକାରୀ ଯୋଜନାରେ କିପରି ବାଟ ମାରଣା ନ ହୋଇ ସଠିକ ଜାଗାରେ ବିନିଯୋଗ ହେବ ଓ ଅଞ୍ଚଳବାସୀ ତଥା ବୁଣାକାର ଭାଇମାନେ ଉପକୃତ ହେବେ ସେଥିପାଇଁ ଆଲୋଚନା ଚାଲିଛି।



