ଭାରସାମ୍ୟ ହରାଇଲା ଥଣ୍ଡା ବୁହା ଗାଡ଼ି – ଲୋକମାନେ ବୋହି ନେଲେ ଥଣ୍ଡା

ହିନ୍ଦୋଳ – ଆଜି ସକାଳ ସମୟରେ ପୁରୁଣା କଟକ ସମ୍ବଲପୁର ରାସ୍ତା ବାଘଧରିଆ ଗ୍ରାମ ନିକଟ ରାସ୍ତାରେ ଏକ ଥଣ୍ଡା ବୁହା ଅଶୋକ ଲିଲାଣ୍ଡ ଟ୍ରକ ସାତମାଇଲ ଆଡ଼କୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ବହୁ ଥଣ୍ଡା ବୋହି ନେଇଛନ୍ତି ।ଖବର ପାଇ ସାଟମାଇଲ ଫାଣ୍ଡିର ପୋଲିସ ସ୍ଥାନରେ ପହଞ୍ଚିଲା ପରେ ଲୋକମାନେ ସେଠାରୁ ପଳାଇଥିଲେ ।





