ଜାତୀୟ ରାଜପଥ ୫୨୦ରେ ରାଜପଥ ଲୁଟେରାଙ୍କ ଆତଙ୍କରାଜ୍, ଭୁଜାଲିମାରି ଲୁଟିଲେ ପାଞ୍ଚହଜାର।୫୨୦ ନମ୍ବର୍ ଜାତୀୟ ରାଜପଥ ରୋଇଡା ମାଇନ୍ସ ନିକଟରେ ଡ୍ରାଇଭର କୁ ରାଜପଥ ଲୁଟେରା ଙ୍କ ଭୁଜାଲି ମାଡ଼, ଡ୍ରାଇଭର ଗୁରୁତର, ସୂଚନା ଅନୁଯାୟୀ ଆଜି ଭୋର୍ ପ୍ରାୟ ଛଅ ଟା ସମୟରେ ବଡ଼ବିଲ ଥାନା ଅନ୍ତର୍ଗତ 520ନମ୍ବର୍ ଜାତୀୟ ରାଜପଥ ରୋଇଡ଼ା ମାଇନ୍ସ ନିକଟରେ ଡ୍ରାଇଭର ଗାଡି ରଖି ଶୌଚ ପାଇଁ ଯାଇଥିବା ସମୟରେ ତିନି ଚାରିଜଣ ଦୁବୃର୍ତ୍ତ ଆସି ତାକୁ ଭୁଜାଲି ଓ ଠେଙ୍ଗା ସାହାଯ୍ୟରେ ଅତର୍କିତ ଆକ୍ରମଣ କରି ଲହୁ ଲୁହାଣ କରିବା ସହ ଓ ତା ନିକଟରୁ ପାଖାପାଖି ପାଞ୍ଚ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ ହୁଏ। ଉକ୍ତ ସମୟରେ ଡ୍ରାଇଭର ଜଣକ ଚିତ୍କାର କରିବାରୁ ଅନ୍ୟ ଜଣେ ଡ୍ରାଇଭର ତାକୁ ଉଦ୍ଧାର କରିବାକୁ ଦୌଡିଯାଇ ବଡ଼ପାଟି କରି ଅନ୍ୟ ମାନଙ୍କୁ ସାହାଯ୍ୟ ପାଇଁ ଡାକିବାରୁ ଦୁବୃର୍ତ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇ ଥିଲେ। ଉକ୍ତ ଡ୍ରାଇଭର ଜଣକ ଗୁରୁତର ଆହତ ଡ୍ରାଇଭର କୁ ନିଜ ଟ୍ରକ ଯୋଗେ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ନେଇଥିଲେ। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

May 30, 2026/
No Comments


