ପ୍ରିୟ କାର୍ଯ୍ୟାଳୟ ଠାରେ ବିଶ୍ଵ ଡାଉନ୍ ସିଣ୍ଡ୍ରୋମ ଦିବସ ପାଳିତ
ଆଜି ତା – ୨୧.୦୩.୨୦୨୫ ରିଖ ଶୁକ୍ରବାର ଦିନ ପ୍ରିୟ ସ୍ଵେଚ୍ଛାସେବୀ ସଂଗଠନ ଦ୍ଵାରା ବିଶ୍ଵ ଡାଉନ୍ ସିଣ୍ଡ୍ରୋମ ଦିବସ ପାଳିତ ହୋଇ ଯାଇଅଛି। ଏଥିରେ ପ୍ରିୟ ର ନିର୍ଦେଶକ ଟଙ୍କଧର ବାରିକ ଡାଉନ୍ ସିଣ୍ଡ୍ରୋମ ଭିନ୍ନକ୍ଷମ ମାନଙ୍କର ଲକ୍ଷଣ ସମ୍ବନ୍ଧ ରେ ବୁଝାଇ କହିଥିଲେ। ମୁଖ୍ୟ ଅତିଥି ଭାବେ ଫିସିଓଥେରାପିଷ୍ଟ ସାହିଲ ଆଫ୍ରିଡ, ପ୍ରକଳ୍ପ ସଂଯୋଜିକା ଇଲନ ପ୍ରଭା ସେନାପତି ଛବି ଓ ଚିତ୍ରାଙ୍କନ ମାଧ୍ୟମରେ ଶିକ୍ଷା ଦାନ ସମ୍ବନ୍ଧ ରେ ବୁଝାଇ କହିଥିଲେ। ସମସ୍ତ ଶିଶୁ ମାନଙ୍କୁ ବିସ୍କୁଟ, ପ୍ରୋଟିନ, ଔଷଧ ବଣ୍ଟନ କରାଯାଇଥିଲା। ଦିବ୍ୟାଙ୍ଗ ମା ମାନଙ୍କୁ ନେଇ ଜିଲ୍ଲା ଦିବ୍ୟାଙ୍ଗ ଅଭିଭାବକ ମହାସଂଘ ଗଠନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସୋନାଲି ଧଳ, ସୌଭାଗ୍ୟ ଲକ୍ଷ୍ମୀ ତରାଇ, ଅନ୍ନପୂର୍ଣା ଧଳ, ସ୍ୱାଗତିକା ରାଉତ, କୁସୁମିତା ବାଗ , ବୈକୁଣ୍ଠ ନାଥ ପାତ୍ର,ପର୍ଶୁରାମ ଦାସ ପରିଚାଳନା କରିଥିଲେ।



