ଅନୁଗଳ ଵ୍ଲକ ନନ୍ଦପୁର ପଞ୍ଚାୟତ ଶାନ୍ତି କମିଟି ଆଜି କରତପଟା ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶ୍ରୀ ଅନନ୍ତ ସାହୁଙ୍କ ସଭାପତିତ୍ୱ ରେ ପଞ୍ଚାୟତ ର ସାତଟି ଗାଁ ଯଥା ନନ୍ଦପୁର, ବରହମପୁର, ମାଧପୁର,ମଧୁପୁର,ସାରୁଆଳି, ଚନ୍ଦନପୁର, କରତପଟା, କରଡାସିଙ୍ଗ ଓ ହିସାଲୋଇ ଗ୍ରାମର ଗ୍ରାମଵାସୀ ମାନେ ଯୋଗ ଦେଇଥିଲେ । ହାତ ଓ ଅନ୍ୟ ଵନ୍ୟଜନ୍ତୁଙ୍କ ଦ୍ଵାରା ଫସଲ ହାନୀ ସହିତ ଵନ ଵିଭାଗ ର ଅଵହେଳା ସମ୍ପର୍କରେ ଆଲୋଚନା ହୋଇଛି । ନିଷ୍ପତ୍ତି ମୁତାବକ ହାତୀ ମାନଙ୍କ ଠାରୁ ଅଞ୍ଚଳର ଧନ ଜୀବନ ସୁରକ୍ଷା ଦାଵୀ ମୂଖ୍ୟତଃ ପ୍ରସଙ୍ଗ ଅଟେ । ଫସଲ ହାନୀ ଅନୁକମ୍ପା ରାଶି ଵୃଦ୍ଧି କରାଯାଇ ଏକର ପ୍ରତି ଦୁଇ ଲକ୍ଷ କରିଵାକୁ ସରକାର ଙ୍କ ନିକଟରେ ଦାଵୀ କରାଯିଵ ।ଜଙ୍ଗଲ ରୁ ବାଉଁଶ ହାଣି ଜଙ୍ଗଲ ଵିଭାଗ କିଣୁଥିଵା ଵାଉଶ ଗୋରଡା କୁ ସମ୍ପୂର୍ଣ୍ଣ ଵନ୍ଦ କରା ଯିଵା ଦରକାର । ଜଙ୍ଗଲ ବାଉଁଶ ନଷ୍ଟ ଯୋଗୁଁ ହାତୀ ଖାଦ୍ୟ ପାଇଁ ଜନ ବସତି ମୁଁ ହା ହେଇଛି । ହାତୀ ଉପଦ୍ରବ ଅଞ୍ଚଳ କୁ ଵନାଞ୍ଚଳ ଅଧିକାରୀ ତଥା ଵନଖଣ୍ଡ ଅଧିକାରୀ ଅଣଦେଖା କରୁଥିବା ରୁ ଵୈଠକରେ ଉଦଵେଗ ପ୍ରକାଶ ପାଇଥିଲା । ଏଣୁ ଆସନ୍ତା ସାତ ତାରିଖ ସୁଦ୍ଧା ଦାବି ଗୁଡ଼ିକ ସମ୍ଵନ୍ଧ ର ଵନାଞ୍ଚଳ ଅଧିକାରୀ ଓ ବନଖଣ୍ଡ ଅଧିକାରୀ ଶାନ୍ତି କମିଟି ସହ ଆଲୋଚନା କରିବା ସହ ଉପଦୃତ ଅଞ୍ଚଳ ର ସମୀକ୍ଷା କରାଯିଵାକୁ ଦାଵୀ କରା ଯାଇଛି ଅନ୍ୟଥା ଆଠ ତାରିଖରେ ଆନ୍ଦୋଳନ କୁ ଓହ୍ଲାଇ ଵାକୁ ଚେତଵନୀ ଦିଆଯାଇଛି ।

April 18, 2026/
No Comments

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
