ଭୂବନେଶ୍ବର, ୨୬/୦୩ : ବିଧାନସଭା ବାହାରକୁ ଯାଇଥିବା ସମୟରେ ୨ କଂଗ୍ରେସ ବିଧାୟକ ଏବଂ ବିଧାନସଭା ମାର୍ଶାଲଙ୍କ ମଧ୍ୟର ଧସ୍ତାଧସ୍ତି ହୋଇଛି। ଯାହାକୁ ନେଇ ବିଧାନସଭା ପରିସରରେ କଂଗ୍ରେସ ନେତାମାନେ ପ୍ରତିବାଦ କରିଛନ୍ତି। ଏମିତିକି ବିଧାନସଭା ଆଗରେ କଂଗ୍ରେସ ଅନେକ ତୁଙ୍ଗ ନେତା ଏକାଠି ହୋଇଛନ୍ତି। ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଭକ୍ତ ଦାସ, ଶରତ ରାଉତ, ଜୟଦେବ ଜେନା ପ୍ରମୁଖ ବିଧାନସଭାରେ ଆଗରେ ଏକାଠି ହୋଇଛନ୍ତି।
ବିଧାୟକ ଟଏଲଟ ଯାଇ ଫେରିବାବେଳେ ସୁରକ୍ଷାକର୍ମୀ ବିଧାୟକ ଧସ୍ତାଧସ୍ତି ହୋଇଥିଲା। ଟଏଲଟରୁ ଫେରିବା ପରେ ଲବିକୁ ଛାଡି ନଥିଲେ ମାର୍ଶାଲ। ଆଉ ଲବି ଗେଟ ନଖୋଲିବାରୁ ସୁରକ୍ଷାକର୍ମୀ ଏବଂ କଂଗ୍ରେସ ବିଧାୟକ ମୁହାଁମୁହିଁ ହୋଇଥିଲେ। ଏହି ଠେଲାପେଲାରେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର କାଡାମ ଆହତ ହୋଇଛନ୍ତି। ତାଙ୍କ ହାତରେ ଆଘାତ ଲାଗିଛି। ନିଲମ୍ବିତ ହୋଇଥିବା ୧୨ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଅଛନ୍ତି ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ସୋଫିଆ ଫିର୍ଦ୍ଦୋସ, ଅଶୋକ ଦାସ, ମଙ୍ଗୁ ଖିଲ, ଦାଶରଥୀ ଗମାଙ୍ଗ, ସତ୍ୟଜିତ ଗମାଙ୍ଗ, ନୀଳମାଧବ ହିକକା,ସାଗର ଦାସ,କାଡ୍ରାକା ଆପଲା ସ୍ବାମୀ,ପ୍ରଫୁଲ୍ଲ ପ୍ରଧାନ, ପବିତ୍ର ସାଉଁତା ପ୍ରମୁଖ । ଆଉ ଏହା ପରେ ଏହି ବିଧାୟକମାନେ ବିଧାନସଭା ଗୃହ ବାହାରେ ବିରୋଧ ପ୍ରଦର୍ଶନ କରିବା ସହ ରାତି ସାରା ବିରୋଧ ଜାରି ରଖିବେ ବୋଲି କହିଥିଲେ।



