ଭୂବନେଶ୍ୱର, ୩୦/୦୩ : ଟ୍ରେନ ଦୁର୍ଘଟଣା ପାଇଁ ରେଳବାଇ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି । ଦୁର୍ଘଟଣା ପରେ ରେଳ ବିଭାଗ ପକ୍ଷରୁ ଜାରି କରାଯାଇଛି ହେଲ୍ପଲାଇନ୍ ନମ୍ବର । କଟକ ମଙ୍ଗୁଳି ନିକଟ ନିର୍ଗୁଣ୍ଡି ଠାରେ କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ହୋଇଛି । ରବିବାର ପୂର୍ବାହ୍ନ ୧୧ଟା ୫୪ ମିନିଟ୍ରେ ବେଙ୍ଗଳୁରୁ-କାମାକ୍ଷା ଏକ୍ସପ୍ରେସ୍ର ୧୨ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।
ଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- ୮୯୯୧୧୨୪୨୩୮, ୭୨୦୫୧୪୯୫୯୧ ଜାରି କରାଯାଇଛି । ସେହିଭଳି ଭୁବନେଶ୍ବର ୧ନଂ ପ୍ଲାଟଫର୍ମରେ ହେଲ୍ପ ଡେସ୍କ ବ୍ୟବସ୍ଥା କରାଯାଇଛି । ହେଲ୍ପ ଡେସ୍କ ପାଇଁ ୮୧୧୪୩୮୨୩୭୧ ନମ୍ୱର ଜାରି କରାଯାଇଛି । ଖୋର୍ଦ୍ଧା ରୋଡ୍ ପାଇଁ ହେଲ୍ପ ଡେସ୍କ ନମ୍ୱର ରହିଛି ୦୬୭୪୨୪୯୨୨୪୫ ।ଭଦ୍ରକ ପାଇଁ ହେଲ୍ପ ଲାଇନ୍ ନମ୍ବର ୯୪୩୭୪୪୩୪୬୯ ଜାରି କରାଯାଇଛି । ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ପରେ ୫ଟି ଟ୍ରେନ୍ର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଛି । ଧଉଳି ଏକ୍ସପ୍ରେସ, ନୀଳାଚଳ ଏକ୍ସପ୍ରେସ ଓ ପୁରୁଲିଆ ସୁପରଫାଷ୍ଟର ଗତିପଥ ପରିବର୍ତ୍ତନ କରାଯାଇଛି । ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଯାତ୍ରୀ ଆହତ ହୋଇଛନ୍ତି ।ଆହତ ମାନଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । କିନ୍ତୁ ଏ ସମ୍ପର୍କରେ ସ୍ପଷ୍ଟ ସ୍ପଷ୍ଟ ହୋଇପାରିନି ବୋଲି ରେଳବାଇ ସିପିଆର୍ଓ କହିଛନ୍ତି । ବେଙ୍ଗଲୁରୁ- ଗୌହାଟୀ କାମାକ୍ଷା ଏକ୍ସପ୍ରେସ୍ର ୧୧ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ।କେତେ ଜଣ ଯାତ୍ରୀଙ୍କୁ ଡାକ୍ତରଖାନାକୁ ନିଆଯାଇଛି । ତେବେ କେତେଜଣ ଆହତ ହୋଇଛନ୍ତି, ନିର୍ଦ୍ଦିଷ୍ଟ ଭାବେ ତାହା ଜଣାପଡିନାହିଁ । ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି । ଯାତ୍ରୀମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଯିବ ବୋଲି ପୂର୍ବତଟ ରେଳବାଇର ସିପିଆରଓ କହିଛନ୍ତି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି । ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି । ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।



