ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟଠାରେ ଆଭାସି ମାଧ୍ୟମରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ।..
ହିନ୍ଦୋଳ :30/03/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପରିସରରେ ଆଜି ଦିନ 11ଘଟିକା ସମୟରେ ଆଭାସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର କ୍ରିଷ୍ଣା ପଡିଆଠାରେ ଅନ୍ତ୍ୟୋଦୟ ଯୋଜନା ବଟନ ଚିପି ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ବିଧବା, ଭିନ୍ନକ୍ଷମ ବ୍ୟକ୍ତି, ବନ୍ୟା, ବାତ୍ୟା ଓ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତି ଙ୍କୁ ସାମିଲ କରାଯାଇଛି। ହିନ୍ଦୋଳ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ କଲ୍ୟାଣ ସୌରଭ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ହୋଇଥିବା ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟକ୍ରମରେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ, ଉପାଧ୍ୟକ୍ଷ ବରୁଣ କୁମାର ସର, ସାଂସଦ ଙ୍କ ପ୍ରତିନିଧି ସୁଶାନ୍ତ ପତି ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ଓ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟ /ସଭ୍ୟା ଏବଂ ସବୁ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ /ସଭ୍ୟା, ଯୋଗଦେଇ ଅନ୍ତ୍ୟୋଦୟ ଗୃହ ଯୋଜନାରେ 35ପଂଚାୟତ ରୁ 70ଜଣ ପ୍ରାରମ୍ଭିକ ଚୟନ କରାଯାଇଥିବା ହିତାଧାରୀଙ୍କୁ ମଂଚାସୀନ ଅତିଥି ମାନଙ୍କ ଦ୍ୱାରା କାର୍ଯ୍ୟାଦେଶ ବଣ୍ଟନ କରାଗଲା, ଏହି ବଣ୍ଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନ, Bpc ଅନ୍ତର୍ଯ୍ୟାମୀ ମଲିକ, GPO ଅନିତା ଦାସ ଓ ସମସ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ହିନ୍ଦୋଳ ରୁ ସୁବ୍ରତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

