କନ୍ଧମାଳ ଜିଲ୍ଲାରେ କଞ୍ଜାମାଇ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଚଢ଼ାଉ କରିଛନ୍ତି । ଚଢାଉ କରି ଜଙ୍ଗଲରେ ରଖା ଯାଇଥିବା ୩୪ଟି ଗଞ୍ଜେଇ ଭର୍ତ୍ତି ଜରି ଅଖା ବସ୍ତା ଜବତ କରିଛନ୍ତି । ଏହି ୩୪ ବସ୍ତାରୁ ୮ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ମୂଲ୍ୟ ୮୫ ଲକ୍ଷ୍ୟ ଟଙ୍କା ଗଞ୍ଜେଇର ମୂଲ୍ୟ ଥିବା ଜଣା ପଡ଼ିଛି ।
ଖବର ପାଇ ଅବକାରୀ ଅଧିକ୍ଷକ ସୁଶାନ୍ତ କୁମାର ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ସ୍ୱତନ୍ତ୍ର ଟିମ୍ର ଇନସ୍ପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବାଲିଗୁଡା ଅବକାରୀ ଟିମ୍ ସହ ଏକ ୨୦ ଜଣିଆ ଟିମ୍ ଜଙ୍ଗଲରେ ଚଢ଼ାଉ କରିଥିଲେ । ଚଢାଉ କରି ଜଙ୍ଗଲ ମଧ୍ୟରେ ଗଛ ଡାଳ ଘୋଡାଇ ବିକ୍ରି ପାଇଁ ରଖା ଯାଇଥିବା ସମସ୍ତ ଗଞ୍ଜେଇ ଜବତ କରିଛି ଅବକାରୀ ଟିମ୍ । ଜଙ୍ଗଲରୁ ମୋଟ ୩୪ଟି ଜରି ଅଖା ବସ୍ତା ଜବତ ହୋଇଛି । ଯେଉଁଥିରେ ୮ କୁଇଣ୍ଟଲ ୫୦ କେଜି ଗଞ୍ଜେଇ ରହିଥିବା ସୂଚନା ମିଳିଛି ।



