*ଅତାବିରାରେ ଓଡିଆ ପକ୍ଷ ପାଳନ ଉପଲକ୍ଷେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ*

ବରଗଡ:୧୨/୪(ପବିତ୍ର ମେହେର ) :: ଓଡ଼ିଶାର ଲୋକକଳାକୁ ବିଶ୍ଵବିଦିତ କରିବା ପାଇଁ ବରଗଡ ଜିଲ୍ଲା ଅତାବିରା ବ୍ଲକର ପଞ୍ଚାୟତ ସମିତି ସଭାଗୃହରେ ଓଡିଆ ପକ୍ଷ ପାଳନ ଉପଲକ୍ଷେ “ଲୋକକଳା ପାଇଁ ଦିନ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମନୋଜ ଭୋଇଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ରିପୁନାଥ ସୁନା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଗିରିନ୍ଦ୍ର ସାହୁ, ଜିପିଓ ମହମ୍ମଦ ଆକବର, ସରପଞ୍ଚ ସଂଘର ସଭାପତି ଶ୍ରୀଯୁକ୍ତ ଭାଗବତିଆ ସିଂ,ବ୍ଳକ କଳାକାର ସଂଘର ସଭାପତି ଶ୍ରୀଯୁକ୍ତ ରମାକାନ୍ତ ବିଶ୍ୱାଳ ଯୋଗଦେଇଥିଲେ! ଏହି ଅବସରରେ ଅତାବିରା ବ୍ଳକର ସଙ୍କୀର୍ତ୍ତନ୍ୟ, ପାଲା, ସମ୍ପ୍ରଦା, ସଞ୍ଚାର,କରମସାନୀ,ନାଟକ,ଦୁଲଦୁଲି ବଜା ଆଦି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ୨୨ଜଣ ବରିଷ୍ଠ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ! ଏହି ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଅତାବିରା ନଗର ସଭାପତି ଶ୍ରୀଯୁକ୍ତ ଜି.ସତୀଶ ଚୌଧୁରୀ ଯୋଗଦାନ କରି କଳାକାରମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ! ମହିଳା ସଞ୍ଚାର ଦଳର ଅଷ୍ଟମୀ ବାରିକ ଓ ସାଥି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ! ଶେଷରେ ଶ୍ରୀଯୁକ୍ତ ଶଙ୍କର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପିଣ୍ଟୁ ସାହୁ,ଭଗବାନ ସେଟ୍, ହୃଦାନନ୍ଦ ଗୁଆ,ତରଣୀ କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ !



