ସଙ୍କଟ ମୋଚନ ହନୁମାନ ଜୟନ୍ତୀ,ପଞମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ଯାଜପୁର __ ଯାଜପୁର ଜିଲ୍ଲା ବରି ବ୍ଳକ ଅନ୍ତର୍ଗତ ମନ୍ଦାରି ପଞ୍ଚାୟତର ମେଦୁଆକୁଳ ଠାରେ ଥିବା ସଙ୍କଟ ମୋଚନ ହନୁମାନ ଜୟନ୍ତୀର ପଞମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ହନୁମାନ ଚାଳିଶା ପାଠ,ସୁନ୍ଦରା କାଣ୍ଡ ପାଠ,ରାମ ଚରିତ ମାନସ ପ୍ରବଚନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କଟକରୁ ଆସିଥିବା ପ୍ରସିଦ୍ଧ ପ୍ରବଚକ କୈଳାସ ଚନ୍ଦ୍ର ଦାଶ ଓ ସାଥି ମାନଙ୍କ ଦ୍ଵାରା ଏକ ସୁନ୍ଦର ସଂଧ୍ୟା ର ପରିବେଶରେ ପ୍ରବଚନ ପ୍ରଦାନ କରିଥିଲେ।ଏଥିରେ ସରପଞ ଧିରେନ୍ଦ୍ର କୁମାର ଜେନା ଓ ସମିତି ସଭ୍ୟ ଓ ଦର୍ଶକ ମାନେ ବହୁ ସଂଖ୍ୟା ରେ ଯୋଗଦେଇ ପ୍ରବଚନ ଶୁଣିଥିଲେ ।ଏ ସମସ୍ତ କାର୍ଯ୍ୟକ୍ରମକୁ ପ୍ରତାପ କୁମାର ଦାଶଙ୍କ ସମେତ ଗ୍ରାମବାସି ଓ ଭାଗବତ ଟୁଙ୍ଗୀର ସଭ୍ୟା ଓ ସଭ୍ୟ ମାନେ ସହଯୋଗ କରିଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




