ତାଳଚେର କଂଗ୍ରେସ୍ ପକ୍ଷରୁ ମଶାଲ ଶୋଭାଯାତ୍ରା
ତାଳଚେର, ୧୬/୦୪ ରାଜ୍ୟରେ ନାରୀ ନିର୍ଯ୍ୟାତନା, ଦରଦାମ୍ ବୃଦ୍ଧି, ଡବଲ୍ ଇଞ୍ଜିନ୍ ସରକାରର ବିଫଳତା ବିରୋଧରେ ତାଳଚେର କଂଗ୍ରେସ୍ ପକ୍ଷରୁ ବିଧାୟକ ପ୍ରାର୍ଥୀ ପ୍ରଫୁଲ ଦାସଙ୍କ ନେତୃତ୍ୱରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶତାଧିକ କଂଗ୍ରେସ୍ କର୍ମି ମଶାଲ ଧରି କାଳୀ ମନ୍ଦିର ଠାରୁ ଆରମ୍ଭ କରି ହାଟତୋଟା ମାର୍କେଟ୍ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଂଚିଥିଲେ । ଏଥିରେ ତାଳଚେର ମ୍ୟୁନିସିପାଲିଟି ପର୍ଯ୍ୟବେକ୍ଷକ ଜିନେସ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡନାୟକ, ପୂର୍ବତନ ମହିଳା କଂଗ୍ରେସ୍ ସଭାନେତ୍ରୀ ସବିତା ଧିର, ପୂର୍ବତନ ନଗରପାଳ କେଶବ ଭୂତିଆ, ଶରତ ପ୍ରଧାନ, ଡାକ୍ତର ମହାନ୍ତି, ରାଜ କିଶୋର ସାହୁ, ହରେକୃଷ୍ଣ ମହାପାତ୍ର, ପୂର୍ବତନ କାଉନ୍ସିଲର ପୁଷ୍ପକ ସ୍ୱାଇଁ, ଗଣପତି ସାହୁ, ପ୍ରଫୁଲ ନାଏକ, ଛାତ୍ରନେତା ଦିଲିପ୍ ମହାପାତ୍ର, ବଳରାମ ବେହେରା, ସୌମ୍ୟ ସଂଜିବ୍ ମିଶ୍ର, ଦାଶରଥି ସାହୁ, ଗିରିଜା ଶଙ୍କର ମିଶ୍ର, ବଜରଙ୍ଗ ଅଗ୍ରୱାଲା, ସନ୍ତୋଷ ମହାରଣା, ମୁକେଶ ଅଗ୍ରୱାଲା, ପୁଷ୍ପଲତା ସାହୁ, ମାଳତୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବିଭିନ୍ନ ସ୍ଳୋଗାନମାନ ଦେଇ ଶୋଭଯାତ୍ରାରେ ସହର ପରିକ୍ରମା କରିଥିଲେ ।



