ଭୂବନେଶ୍ୱର, ୧୭/୦୪ : ବିଜେଡି ସଭାପତି ପଦ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ନବୀନ ପଟ୍ଟନାୟକ । ନବମ ଥର ପାଇଁ ବିଜେଡି ସଭାପତି ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ । ଏବେ ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ଗଠନ ପ୍ରକ୍ରିୟା ଚାଲିଛି । ରାଜ୍ୟ ପରିଷଦରେ ବିଜେଡିର ୩୫୦ ସଦସ୍ୟ ରହିବେ ।
ଆସନ୍ତା ୧୯ରେ ବିଧିବଦ୍ଧ ଭାବେ ସଭାପତିଙ୍କ ନାଁ ଘୋଷଣା ହେବ । ୨୦୨୦ ଫେବୃଆରୀ ରେ ନବୀନ ଅଷ୍ଟମ ଥର ପାଇଁ ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଥିଲେ । କେବଳ ଭୋଟ ପାଇଁ ନିର୍ବାଚନ ଲଢ଼ିବା ନୁହେଁ, ଲୋକଙ୍କ ସେବା କରିବା ବିଜେଡିର ମୂଳଲକ୍ଷ୍ୟ ହେଉ । ବିଜୁବାବୁଙ୍କ କହିବା ଅନୁସାରେ ସରକାର ଗଠନ କରିବା ପାଇଁ ଚିନ୍ତା କରନାହିଁ ବରଂ ଲୋକଙ୍କ ସେବା କରିବା ପାଇଁ ସବୁବେଳେ ଚିନ୍ତା କର ବୋଲି ସେତେବେଳେ ନବୀନ କହିଥିଲେ । ୧୯୯୭ରୁ ବିଜେଡି ସଭାପତି ଭାବେ ଦାୟିତ୍ବ ତୁଲାଇ ଆସିଛନ୍ତି ନବୀନ ।



