୩୧ ତମ ଶ୍ରୀମଦ ରାମ ଚରିତ ମାନସ ପରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଆରମ୍ଭ

ଅନୁଗୋଳ:ଵଅଁରପାଳ ବ୍ଲକ୍ କାଣ୍ଡସର ଗ୍ରାମ ପଞ୍ଚାୟତର ଶ୍ରୀରାମ ମଣ୍ଡପ ଠାରେ ଶ୍ରୀମଦ ରାମ ଚରିତ ମାନସ ପରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଆରମ୍ଭ ହୋଇଯାଇଛି।୩୧ ତମ ରାମ ଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ପାରାୟଣ ପରିଷଦ ଓ କାଣ୍ଡସର ଗ୍ରାମବାସୀ ଙ୍କ ଆନୁକୁଲ୍ୟରେ ସ୍ଥାନୀୟ ଭାଗବତ ପ୍ରେମୀ, ଭକ୍ତ ଓ ଭାବୁକ ମାନଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଯାଇଛି।ଏହା ଏପ୍ରିଲ ୧୮ ତାରିଖ ଠାରୁ ଆରମ୍ଭ ହୋଇ ଏପ୍ରିଲ୨୬ତାରିଖ ପର୍ଯ୍ୟନ୍ତ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀ ରାମଚନ୍ଦ୍ର ମହାପ୍ରଭୁ ଙ୍କ ପବନ ଲୀଳା ଓ କୀର୍ତ୍ତି ସମ୍ବଳିତ ଗୋସ୍ୱାମୀ ସନ୍ଥ ତୁଳସୀ ଦାସ ଜୀ ମହାରାଜ ଙ୍କ ବିରଚିତ ଶ୍ରୀମଦ୍ ରାମଚରିତ ମାନସ ମହାଗ୍ରନ୍ଥାନୁ ମୋଦିତ ନବମ ଦୀପ ବ୍ୟାପି ପ୍ରବଚନ ଜ୍ଞାନଯଜ୍ଞ କଥାବୃତ ଚାଲିବ।ଏଥିରେ ବିଶିଷ୍ଟ ସାଧୁ ,ସନ୍ଥ, ଜ୍ଞାନୀ, ଗୁଣି ପ୍ରବଚକ ବ୍ୟାସ ଶ୍ରୀ ମୈଥିଳି ଦାସ ମହାରାଜ,ପଣ୍ଡିତ ବସନ୍ତ ପଣ୍ଡା, ପଣ୍ଡିତ ବସନ୍ତ ବିଶୋଇ ଓ ପଣ୍ଡିତ ଆଶ୍ରିବାଦ ମହାରାଜ ରାମାୟଣ ଧର୍ମ, ଆଦର୍ଶ, ଜ୍ଞାନ ଭକ୍ତି ଓ ତତ୍ତ୍ଵ ଦର୍ଶନ ସମ୍ପର୍କିତ ବିଶଦ ଆଲୋଚନା ମାନ ଉପସ୍ଥାପନ କରିବେ ।ପାରାୟଣ ଆରମ୍ଭ ପ୍ରତ୍ୟହ ସନ୍ଧ୍ୟା ୭ଘଣ୍ଟିକା ଠାରୁ୧୦ ଘଣ୍ଟିକା ପର୍ଯ୍ୟନ୍ତ ଚାଲିବ ।ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବକୁ ମିଳିଛି।ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ପ୍ରତ୍ୟେକ ଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।ଅନୁଗୋଳରୁ ସୁଧାକର ସାହୁ



