ଖଣିଜକ୍ଷେତ୍ର ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ରେ ଘଟିଚାଲିଛି ଦୁର୍ଘଟଣାପରେ ଦୁର୍ଘଟଣା ଗଡିଚାଲିଛି ମୁଣ୍ଡପରେମୁଣ୍ଡ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତରେ ଜାତୀୟ ରାଜପଥ 520ରେ ଘଟିଚାଲିଛି ଦୁର୍ଘଟଣା ପରେ ଦୁର୍ଘଟଣା ଗଡି ଚାଲିଛି ମୁଣ୍ଡପରେ ମୁଣ୍ଡ ଲୋକେ ରାଜରାସ୍ତାକୁ ବାହାରିବାକୁ ଭୟ କଲେଣି ଆଞ୍ଚଳିକ ପ୍ରଶାସନ ଏ ସବୁକୁ ରୋକିବାରେ ସମ୍ପୂର୍ଣ ଅକ୍ଷମ ଓ ଲାଚାର୍ ଭଳି ପ୍ରତୀତ ହୁଏ। ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲାର ଜମଦୂତ ସାଜିଥିବା 520 ନମ୍ବର୍ ଜାତୀୟ ରାଜପଥ ଓ ଏହାକୁ ସଂଲଗ୍ନ ହୋଇଥିବା ଆଞ୍ଚଳିକ ରାସ୍ତାସବୁ ଏକ ପ୍ରକାର ମରଣଜନ୍ତା ପାଲଟିଥିବା ମନେହୁଏ । ସେଇଭଳି ମର୍ମନ୍ଦୂତ ଓ ଲୋମ ହର୍ଷଣ କାରୀ ଦୁର୍ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ଗତ ରାତି ପ୍ରାୟ ନଅଟା ସମୟରେ ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ଡିଏଭି ସ୍କୁଲ ନିକଟରେ ବାଇକ୍ ବାଇକ୍ ମଧ୍ୟରେ ଧକ୍କା ହୋଇଥିବା ବେଳେ ସେମାନଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିଲା ତିନିଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଥିବା ସୂଚନା ସେଇଭଳି ଯୋଡ଼ା ଥାନା ଅନ୍ତର୍ଗତ 520 ନମ୍ବର୍ ଜାତୀୟ ରାଜପଥ ରେ ଏକ ଟ୍ରକ୍ ବେପରୁଆ ଓ ଦ୍ରୁତ ଗତିରେ ଗାଡି ଚାଳନା କରି ଗୋଟିଏ କାର୍ ଓ ବାଇକ୍ କୁ ଧକ୍କା ଦେବା ଫଳରେ ବାଇକ୍ ଚାଳକ ଘଟଣା ସ୍ଥଳରେ ଟ୍ରକ୍ ଚକା ତଳେ ପଡି ମୃତ୍ୟୁ ବରଣ କରିଥିବା ବେଳେ କାର୍ ରେ ଥିବା ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲ୍ କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା। ତେବେ ଖବର ପାଇ ଯୋଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଘଟଣାରେ ପୃଥକ୍ ପୃଥକ୍ କେସ ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



