ଭଗୀରଥି ସାଗର ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ରେ ଚେତାବନୀ
ଆଜି ଢେ଼ଙ୍କାନାଳ ଭାଗିରଥି ସାଗର ସୁରକ୍ଷା ସମିତି ର କର୍ମକର୍ତ୍ତା ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଚେତାବନୀ ଦେଇଛନ୍ତି। ଯଦି ସେମାନଙ୍କ ଦାବି ଗୁଡ଼ିକ ଆସନ୍ତା ୭ ଦିନ ମଧ୍ୟରେ ସୁବିଚାର କରାନଯାଏ । ସେମାନେ ଆନ୍ଦୋଳନ କୁ ତୀବ୍ର କରିବେ ଓ ଘରେ ଘରେ ଏହି ଆନ୍ଦୋଳନ ପହଞ୍ଚିବ । ସୂଚନା ମୁତାବକ ଏହି ଅୟିତିହ ପୁଷ୍କରିଣୀ ସୌନ୍ଦର୍ଯ୍ୟ କାରଣ ନାମରେ ସଙ୍କୁଚିତ ହେବାକୁ ଯାଉଛି ।ଏହାର ପ୍ରତିବାଦରେ ଢେ଼ଙ୍କାନାଳ ପୋଖରି ସୁରକ୍ଷା ସମିତି ର ସଦସ୍ୟ ମାନେ ଆଗରୁ ବିଭିନ୍ନ ଦାବି ସମ୍ବନ୍ଧରେ ୨୦୨୧ ମସିହାରୁ ଏପର୍ଯ୍ୟନ୍ତ ୧୦ ଥର ଲିଖିତ ଆବେଦନ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଆଜି ପୁନଃଶ୍ଚ ନୂଆ ପୋଖରି ପଙ୍କ ମାଟି ବାହାରକୁ ନିଷ୍କାସନ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । ଏହା ର ସୁବିଚାର କରାନଗଲେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।



