କଟକ: ନକଲି ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଆସନ୍ତା ମାସ ୬ ତାରିଖ ସୁଦ୍ଧା ସବିଶେଷ ବିବରଣୀ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସତ୍ୟପାଠ ଜରିଆରେ ଜଣାଇବା ଲାଗି ରାଜ୍ୟ ଶିକ୍ଷା ବିଭାଗକୁ ନିର୍ଦେଶ ହୋଇଛି। ସୂଚନାଥାଉକି ରାଜ୍ୟରେ ୪୨୪ ଜଣ ନକଲି ଶିକ୍ଷକ ଧରାପଡିଛନ୍ତି ।
ଏହି ନକଲି ଶିକ୍ଷକ ସଂଖ୍ୟା ଏତିକି ରହିଛି ନା ଆହୁରି ଅଧିକ ତାହାର ସବିଶେଷ ବିବରଣୀ ଜାଣିବାକୁ ଚାହିଁଛନ୍ତି ହାଇକୋର୍ଟ ।ରାଜ୍ୟରେ ଅନେକ ନକଲି ଶିକ୍ଷକ ଅଛନ୍ତି, ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାର ଅଭିଯୋଗ କରି ସଞ୍ଜୟ କୁମାର ମହାରଣା ୨୦୧୮ ମସିହାରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।ତେବେ ସରକାରୀ ଭାବେ ହୋଇଥିବା ତଦନ୍ତ ଅନୁଯାୟୀ ୪୨୪ ଜଣ ନକଲି ଶିକ୍ଷକ ଥିବା ଗତ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ୬ଟି ଜିଲ୍ଲାରେ ସ୍ଥିତି ଉଦବେଗଜନକ ରହିଛି । ବରଗଡ଼, କେନ୍ଦୁଝର ଓ କେନ୍ଦ୍ରାପଡା ଜିଲ୍ଲାରେ ତଦନ୍ତ ଚାଲିଛି , ଏବେବି ଶେଷ ହୋଇନାହିଁ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହାକୁ ନେଇ ମୁଖ୍ୟବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ବିରକ୍ତି ହୋଇଥିଲେ ।୨୦୧୮ ମସିହାରୁ ନକଲି ଶିକ୍ଷକ ଧରପଗଡ଼ କାର୍ଯ୍ୟ ଚାଲିଥିଲେ ବି ଏଯାଏଁ କାହିଁକି ସରିନାହିଁ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି ।



