ଭୂବନେଶ୍ୱର: ୟୁପିଏସସି ଦ୍ୱାରା ସିଭିଲ୍ ସର୍ଭିସେସ୍ ପରୀକ୍ଷାର ରେଜଲ୍ଟ ମଙ୍ଗଳବାର ଦିନ ପ୍ରକାଶ ପାଇଛି। ଶକ୍ତି ଦୁବେ ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ର ଟପ୍ପର ହୋଇଛନ୍ତି।
ସୂଚନା ଅନୁଯାୟୀ, ଓଡ଼ିଆ ଝିଅ ରିତିକା ରଥ ୪୮ତମ ସ୍ଥାନ ହାସଲ କରିଛନ୍ତି। ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା। ୨୪ ବର୍ଷ ବୟସ୍କା ଏହି ଯୁବତୀ ଭୁବନେଶ୍ୱରର ବାସିନ୍ଦା ହୋଇଥିଲା ବେଳେ ସେ ଦିଲ୍ଲୀରୁ ଦ୍ୱାଦଶ ଶ୍ରେଣୀ ସମାପ୍ତ କରିବା ପରେ ଆଇଆଇଏମ୍ ଇନ୍ଦୋରରୁ ମ୍ୟାନେଜମେଣ୍ଟରେ ବିଏ ଫାଉଣ୍ଡେସନ୍ କରୁଥିଲେ।
ମୁଖ୍ୟ ପରୀକ୍ଷା (ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର) ରେ ପ୍ରଦର୍ଶନ ଆଧାରରେ ମୋଟ ୧,୦୦୯ ପ୍ରାର୍ଥୀଙ୍କୁ ଆଇଏଏସ, ଆଇଏଫଏସ, ଆଇପିଏସ ଏବଂ ବିଭିନ୍ନ ଗ୍ରୁପ୍ ‘ଏ’ ଏବଂ ଗ୍ରୁପ୍ ‘ବି’ କେନ୍ଦ୍ରୀୟ ସେବାରେ ନିଯୁକ୍ତି ପାଇଁ ଚୟନ କରାଯାଇଛି।୨୦୨୪ ମସିହାର ପ୍ରାରମ୍ଭିକ ପରୀକ୍ଷା ଜୁନ୍ ୧୬ ତାରିଖରେ ଅନୁଷ୍ଠିତ ହୋଇଥିଲା, ତା’ପରେ ମୁଖ୍ୟ ପରୀକ୍ଷା ସେପ୍ଟେମ୍ବର ୨୦ ରୁ ସେପ୍ଟେମ୍ବର ୨୯, ୨୦୨୪ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସାକ୍ଷାତକାର ପର୍ଯ୍ୟାୟ ଜାନୁଆରୀ ୭ରୁ ଏପ୍ରିଲ ୧୭, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।



