ଆଜି ତା.୦୧.୦୫.୨୦୨୫ ରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ପୁରୁଣା ଜିଲ୍ଲା ପରିଷଦ ସଭାଗୃହ, ଢେଙ୍କନାଳ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି, ଢେଙ୍କାନାଳ, ଶ୍ରୀମତୀ ଅର୍ଚନା ପୁହାଣ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଢେଙ୍କାନାଳ, ଶ୍ରୀମତୀ ଜୟନ୍ତୀ ପାତ୍ର, ଅଧ୍ୟକ୍ଷା, ଢେଙ୍କାନାଳ ପୌରପାଳିକା, ଶ୍ରୀଯୁକ୍ତ ସୋମେଶ କୁମାର ଉପାଧାୟ, ଜିଲ୍ଲାପାଳ, ଢେଙ୍କାନାଳ, ଶ୍ରୀଯୁକ୍ତ ଅଭିନବ ସୋନକର, ଆରକ୍ଷୀ ଅଧ୍ୟକ୍ଷ, ଢେଙ୍କାନାଳ, ଶ୍ରୀମତୀ ମୋନାଲିସ ନାୟକ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଢେଙ୍କାନାଳ, ଶ୍ରୀଯୁକ୍ତ ତପନ କୁମାର ସୁତାର, ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) , ଢେଙ୍କାନାଳ, ଶ୍ରୀମତୀ ରଶ୍ମିତା ନାୟକ, ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବତ୍ତନ) , ଢେଙ୍କାନାଳ, ଶ୍ରୀଯୁକ୍ତ ସଂଗ୍ରାମ ଦଲାଇ ଓ ଶ୍ରୀମତୀ ବୈଜୟନ୍ତୀ ମାଳା ମଲ୍ଲିକ, ସହାୟକ ଶ୍ରମ ଅଧିକାରୀ ଯୋଗଦାନ କରିଥିଲେ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟlଳୟର ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ଉକ୍ତ ଶିବିରକୁ ଜିଲ୍ଲା ଶ୍ରମ ଅଧିକାରୀ, ଶ୍ରୀଯୁକ୍ତ ତପନ କୁମାର ସୂତାର ପରିଚାଳନା କରିଥିଲେ। ସ୍ଵାଗତ ଭାଷଣ ସହକାରୀ ଶ୍ରମ ଅଧିକାରୀ,ଶ୍ରୀଯୁକ୍ତ ସଂଗ୍ରାମ ଦଳାଇ ପ୍ରଦାନ କରିଥିଲେ, ସହକାରୀ ଶ୍ରମ ଅଧିକାରୀ, ଶ୍ରୀମତୀ ବୈଜୟନ୍ତୀ ମାଳା ମଲିକ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୪୫ ଜଣ ହିତାଧିକାରୀ ଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ୧,୦୧,୦୦,୦୦୦/- (ଏକ କୋଟି ଏକ ଲକ୍ଷ) ଟଙ୍କ।, ୪୫ ଜଣ ହିତାଧିକାରୀ ଙ୍କୁ ଅନ୍ତ୍ୟେଷ୍ଟି କ୍ରିୟା ଜନିତ ସହାୟତା ରାଶି ୨,୨୫,୦୦୦/- (ଦୁଇ ଲକ୍ଷ ପଚିଶ ହଜାର) ଟଙ୍କା, ୬୧ ଜଣ ହିତାଧିକାରୀ ଙ୍କୁ ବିବାହ ସହାୟତା ରାଶି ୩୦,୫୦,୦୦୦/- (ତିରିଶି ଲକ୍ଷ ପଚାଶ ହଜାର ଟଙ୍କା), ୧୩୩ ଜଣ ହିତାଧିକାରୀ ଙ୍କୁ ଶିକ୍ଷା ସହାୟତା ରାଶି ୧୮,୬୯,୬୦୦/- (ଅଠର ଲକ୍ଷ ଅଣସ୍ତୁରୀ ହଜାର ଛଶହ ଟଙ୍କା ) ଏବଂ ୦୧ ଜଣ ହିତାଧିକାରୀ ଙ୍କୁ ପ୍ରସୂତି କାଳୀନ ସହାୟତା ରାଶି ୧୦,୦୦୦/- (ଦଶଶ ହଜାର) ଟଙ୍କା, ମୋଟ ୨୮୫ ଜଣ ହିତାଧିକାରୀ ୧,୫୨,୫୪,୬୦୦/- (ଏକ କୋଟି ବାଉନ ଲକ୍ଷ ଚଉବନ ହଜାର ଛଶହ) ଟଙ୍କା, ହିତାଧିକାରୀଙ୍କ ଆକାଉଣ୍ଟ କୁ NEFT/RTGS ମାଧ୍ୟମରେ ପ୍ରଦାନ କରାଯାଇଅଛି ଏବଂ ୩୦୦ ଜଣ ହିତାଧିକାରୀ ନିର୍ମାଣ ଶ୍ରମିକ ପରିଚୟ ପତ୍ର ଏବଂ ଓଡିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ୦୩ ଜଣ ହିତାଧିକାରୀ ଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ୫,୦୦,୦୦୦/- (ପାଞ୍ଚ ଲକ୍ଷ) ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟ କୁ NEFT/RTGS ମାଧ୍ୟମରେ ପ୍ରଦାନ କରାଯିବା ସହିତ ୨୬୭ ଜଣ ହିତାଧିକାରୀ ଙ୍କୁ ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଅଧୀନରେ ପରିଚୟ ପତ୍ର ପ୍ରଦାନ କରାଯାଇଅଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

