ଗୋବିନ୍ଦ ଚନ୍ଦ୍ର ଦାସଙ୍କ ସ୍କୁତିଚାରଣ ସଭା ଅନୁଷ୍ଠିତ
ରାଜକନିକା___ ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ପଞ୍ଚାୟତର ନରସିଂହପୁର ଗ୍ରାମର ଜନମାନସର କିମ୍ବଦନ୍ତୀ ପୁରୁଷ ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ଦାଶଙ୍କ ଏକାଦଶାହ ଉପଲକ୍ଷେ ସ୍କୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସ୍କୂତିସଭାରେ ଅତିଥି ଭାବେ ଯୋଗଦେଇ ଥିଲେ ସେମାନେ ହେଲେ ବିଧାୟକ ପ୍ରତାପ ଦେବ,ସରପଞ ନହୁସ ନାୟକ, ସରପଞ୍ଚ ସ୍ବର୍ଣ୍ଣଲତା ବେହୁରା, ବ୍ରଜକିଶୋର ଭୁୟାଁ,କୈଳାସ ଚନ୍ଦ୍ର ବେଉରା, ଶ୍ରୀନିବାସ ଓଝା, ଶ୍ରୀନିବାସ ପ୍ରଧାନ, ନଳିନୀକାନ୍ତ ପୃଷ୍ଟି, ଡଃ ଦେବସ୍ମିତା ଶର୍ମା ପ୍ରମୁଖ ଯୋଗଦେଇ ସେମାନଙ୍କ ବକ୍ତବ୍ୟରେ ପ୍ରକାଶ କରିଥଲେ ଯେ ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ଦାସ ଏକଦା ଅବିଭକ୍ତ ଓଳାଭର ପଞ୍ଚାୟତରେ ବିଭିନ୍ନ ଧର୍ମାନୁଷ୍ଠାନ,ଅନୁଷ୍ଠାନ,ସ୍କୁଲ,କଲେଜ, ମେଡିକାଲ ସର୍ବୋପରି ଅନେକ ନିଯୁକ୍ତିର ସୁଯୋଗ ସୃଷ୍ଟି କରି ଅନେକ ନିଯୁକ୍ତି ପ୍ରଦାନ କରିଥିବା ଏହି ଯୋଗଜନ୍ମା ପ୍ରବାଦ ପୁରୁଷ ବିଜୁବାବୁ , ସ୍ବର୍ଗତ ଶରତ ଦେବ, ସ୍ବର୍ଗତ ସୁଶ୍ରୀ ଦେବୀ, ଡଃ ରାଧାନାଥ ରଥଙ୍କ ଏକଦା ଅନୁଗତ ଥିଲେ ବୋଲି ବକ୍ତା ମାନେ ମତପ୍ରକାଶ କରିଥିଲେ।ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



