ବିଶିଷ୍ଟ ଚିତ୍ରଶିଳ୍ପୀ ଦିବଂଗତ କୁଳମଣି ବେହେରାଙ୍କ ଏକାଦଶାହରେ ସ୍କୁତିସଭା ଅନୁଷ୍ଠିତ ହୋଇଯାଇଛି
ଯାଜପୁର __ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଓଳେଇ ଚନ୍ଦନପୁର ପଞ୍ଚାୟତର କଣଛନ୍ଦା ଗ୍ରାମର ବିଶିଷ୍ଟ ସମାଜସେବୀ, ଚିତ୍ରଶିଳ୍ପୀ ଦିବଂଗତ କୁଳମଣି ବେହେରାଙ୍କ ଏକାଦଶାହରେ ସ୍କୁତିସଭା ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସ୍ବର୍ଗତ ବେହେରାଙ୍କ ଗୁରୁ ଅଶୋକ ଦାଶ, ପୃର୍ବତନ ବ୍ଳକ ଅଧ୍ୟକ୍ଷ ପୁରୁଷୋତ୍ତମ ବେହେରା, ସମାଜସେବୀ ଓ ପରୋପକାରୀ, ଖରସ୍ରୋତା ପୁସ୍ତକ ମେଳାର ସ୍ରଷ୍ଟା ଓ ସଭାପତି ପଦ୍ମାକର ଗୁରୁ,ପ୍ରଥମେ ସ୍କୁତିଚାରଣ ସଭାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ସନ୍ତୋଷ କୁମାର ବେହୁରିଆ। ବଟକୃଷ୍ଣ ପଣ୍ଡା,କବି ଗୋବିନ୍ଦ ଚନ୍ଦ୍ର ନନ୍ଦ,ଆଳି ନାଗରିକ ମଞର ସଭାପତି ଧନେଶ୍ଵର ରାଉତ,ଲୋତକ ବିନ୍ଦୁ ଦାସ,ଗଦାଧର ପଢିହାରୀ,ନିଖିଳ କୁମାର ସାମଲ,ରନ୍ତ୍ରାକର ସାହୁ, ସାମ୍ବାଦିକ ସରୋଜ କୁମାର ସାହୁ,ଦେବ ସାମଲ, କେଦାରନାଥ ବେହେରା, ପ୍ରଦୀପ କୁମାର ଜେନା,ସୀମା ମିଶ୍ର ପ୍ରମୁଖ ଯୋଗଦେଇ ସେମାନଙ୍କ ବକ୍ତବ୍ୟରେ ପ୍ରକାଶ କରିଥଲେ ଯେ ସ୍ବର୍ଗତ ବେହେରା ଥିଲେ ବିଶିଷ୍ଟ ଚିତ୍ରଶିଳ୍ପୀ, କୀର୍ତ୍ତନ ମଣ୍ଡଳୀର ବଳିଷ୍ଠ କର୍ମକର୍ତ୍ତା,ଧର୍ମ ପାରାୟଣ ବ୍ୟକ୍ତି, ସରଳ ନିଷ୍କପଟ ଓ ମିଷ୍ଟଭାଷୀ ପରିକ୍ଷିତ ଥିଲେ। ଶେଷରେ କୃତଜ୍ଞତା ଜ୍ଞାପନ କରିଥିଲେ ପୁତ୍ର କିଶୋର ଚନ୍ଦ୍ର ବେହେରା। ଅନ୍ୟମାନଙ୍କ ମଧ୍ୟରେ ପୁତ୍ର କିଶୋର, ପାର୍ଥସାରଥୀ, ସୈାଭାଗ୍ୟ,ପୁତୁରା ସୁରେଶ,ଶରତ,ଟୁନା,ଝିଅ ରଜନୀ, ଜୋଇଁ ଜଗନ୍ନାଥ ପ୍ରମୁଖ ଉପସ୍ଥିତ ଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



