ଶନିଶ୍ଚର ଦେବଙ୍କ ୧୫ତମ ବାର୍ଷିକୋତ୍ସବର ପୂର୍ଣାହୁତି
ଢେଙ୍କାନାଳ ସହର ଟାଉନ୍ ପ୍ଲାନିଂ ଅଫିସ୍ ଛକ ଠାରେ ଶନିଶ୍ଚର ଦେବଙ୍କ ତିନି ଦିନ ଧରି ଚାଲିଥିବା ୧୫ତମ ବାର୍ଷିକ ଉତ୍ସବର ପୂର୍ଣାହୁତ ଅନୁଷ୍ଠିତ ହୋଇଯାଇଅଛି । ୨ ତାରିଖରେ ଅନୁଷ୍ଠିତ ହୋଇଥିବା କଳସ ଯାତ୍ରାରେ ୧୦୦ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ସ୍ଥାନୀୟ ବଡଜୋରା ଠାରୁ ପୂଜାର୍ଚ୍ଚନା ସହିତ ବାଦ୍ୟ ଦ୍ୱାରା ସହର ପରିକ୍ରମା କରି ମନ୍ଦିରରେ କଳସ ସ୍ଥାପନ କରାଯାଇଥିଲା । ପରେ ଅଧୀବାସ ପୂଜା ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଦିନ ପ୍ରାତଃରୁ ମଙ୍ଗଳା ଆଳତି, ସୂର୍ଯ୍ୟପୂଜା, ଗୋ-ପୂଜା, ମଣ୍ଡଳ ପୂଜା, ଶନି -ରାହୁ-କେତୁଙ୍କର ଷୋଡଶଉପଚାର ନୀତିରେ ପୂଜାର୍ଚ୍ଚାନ ସହ ତୋଟା ଓଷା ଓ ଗୀତାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଅଦ୍ୟ ରବିବାର ଦିନ ପୂର୍ଣ୍ଣାହୁତି, ମାଣ୍ଡବା ସାହି ସଂକୀର୍ତନ ମଣ୍ଡଳୀ ଦ୍ବାରା ନାମ ସଂକୀର୍ତନ ପରିବେଷଣ କରାଯାଇଥିଲା ଓ ସଂଧ୍ୟାରେ ଭକ୍ତମାନେ ପ୍ରସାଦସେବନ କରିଥିଲେ । ପ୍ରତ୍ୟେକ ସଂଧ୍ୟାରେ ୧୦୮ ଆଳତି କରାଯାଇଥିଲା । ମନ୍ଦିର ପୂଜକ ବିଭୁତି ଭୂଷଣ ପଣ୍ଡା, ମୂଖ୍ୟ ପୂଜକ ଯଜ୍ଞେଶ୍ବର ମିଶ୍ର ଓ ଦିବାକର ମିଶ୍ର ପୂଜା କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇଥିଲେ । କର୍ତା ଶେଷଦେବ ସାହୁ, କର୍ତୀ ସୁଦୀପ୍ତା ସାହୁ ଓ କମିଟର ସଦସ୍ୟ ବିଚିତ୍ରାନନ୍ଦ ସାହୁ, ପ୍ରଶାନ୍ତ ସାହୁ, ସୁଜିତ୍ ସାହୁ, ବିକ୍ରମ ସାହୁ, କୈଳାସ ସାହୁ, ସତ୍ୟାନନ୍ଦ ସାହୁ, ରମେଶ ଚନ୍ଦ୍ର ସାହୁ, ଚିତରଞ୍ଜନ ଦାସ, ବିନୋଦ ସାହୁଙ୍କ ସମେତ ସମସ୍ତ କର୍ମକର୍ତା ଏବଂ ସାହିବାସୀନ୍ଦାଙ୍କ ଉପସ୍ଥିତ ଥିଲେ।



