ମହେଶ ସାହୁ ହେଲେ ରାଜ୍ୟ ଏସ୍ସି ସେଲ ଓ ସାଧାରଣ ସମ୍ପାଦକ
ତାଳଚେର, ୦୫/୦୫ ବରିଷ୍ଠ ବିଜେଡ଼ି ନେତା ତଥା ଅଭିଭକ୍ତ ଢ଼େଙ୍କାନାଳ ଜିଲ୍ଳାର ପୂର୍ବତନ ସାଂସଦ ମହେଶ ସାହୁକୁ ରାଜ୍ୟ ବିଜେଡ଼ି ରାଜନିତୀରେ ଗୁରୁ ଦାୟୀତ୍ୱ ମିଳିଛି । ତାଙ୍କୁ ବିଜେଡ଼ିର ରାଜ୍ୟ ଏସ୍ସିସେଲ ପବଦୀ ମିଳିବା ସହିତ ବରିଷ୍ଠ ସାଧାରଣ ସମ୍ପାଦକ ସୂଚୀରେ ତାଙ୍କ ନାମକୁ ସୂଚିତ କରାଯାଇଛି । ଏଥିପାଇଁ ଢ଼େଙ୍କାନାଳ ଅନୁଗୋଳ ଜିଲ୍ଳାର ବିଜେଡ଼ି କର୍ମକର୍ତା, ଶୁଭେଚ୍ଛୁ ଓ ସମର୍ଥକମାନଙ୍କ ମଧ୍ୟରେ ଖୁସିର ମାହୋଲ ଖେଳା ଦେଇଛି । ଏଥିନେଇ ଶ୍ରୀ ସାହୁଙ୍କୁ ବିଭିନ୍ନ ଅଂଚଳରୁ ଶୁଭେଚ୍ଛାର ସୂଅ ଛୁଟିବା ସହ ଶ୍ରୀ ସାହୁ ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟାବଦ୍ ଦେଇଥିବା ପ୍ରେସ୍ ବିଜ୍ଞପ୍ତିରେ ମାଧ୍ୟମରେ ପ୍ରକାଶ କରିଛନ୍ତି ।



