ନିଖୋଜ ଯୁବତୀ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର : ଥାନାରେ ତିନି ଅଟକ
ସହାୟତାର ହାତ ବଢ଼ାଇଲେ ହ୍ୟୁମାନରାଇଟସ୍ ସଭାପତି
ପରିବାରର ଅଭିଯୋଗ, ପୋଲିସ୍ର ନିଷ୍କ୍ରିୟତା
ତାଳଚେର, ୦୫/୦୫ ନିଖୋଜ ଯୁବତୀଙ୍କ ପରିବାର ବର୍ଗ ଝିଅର ମୃତ୍ୟୁ ଘଟଣାକୁ କେନ୍ଦ୍ରକରି ଆଖିରୁ ଲୁହ ଶୁଖୁନଥିବା ବେଳେ ପରିବାର ପ୍ରତିପୋଷଣ କରୁଥିବା ଏକମାତ୍ର ରୋଜଗାରିଆ ଝିଅର ମୃତ୍ୟୁକୁ ନେଇ ବାପା ଆଜି ହତବାକ! ତେବେ ଏଥିରୁ ଜଣାପଡ଼େ ତାଳଚେର ଉପଖଣ୍ଡରେ ନାରୀ କେତେ ସୁରକ୍ଷିତ? ସରକାର ପୋଲିସ୍କୁ ପ୍ରଧାନ୍ୟ ଦେଇ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରି ସ୍ୱଚ୍ଛସେବା ଯୋଗାଦେବା ପାଇଁ କ୍ଷମତା ଦେଇଥିବା ବେଳେ ଏହାର ଉଦାହରଣ ଆଜି ଜଳଜଳ ହୋଇ ଦିଶୁଛି, ଯାହାକି ଦୀର୍ଘ ୫୦ବର୍ଷ ହେବ ତାଳଚେର ଅଂଚଳରେ ଏଭଳି ଲୋମଟାଙ୍କୁରା ଓ ହୃଦୟବିଦାରକ ଘଟଣା ଘଟିନଥିବା ବୈଜୟଷ୍ଠ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳେ । ଏଥିନେଇ ପରିବାର ବର୍ଗ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବା ବେଳେ ପିଡ଼ୀତାର ପିତା ଓ ଭାଇ ପୋଲିସ୍ ନିଷ୍ି୍ରୟତା ପାଇଁ ଆଜି ମୋ ଝିଅର ଜୀବନ ଅକାରଣରେ ଚାଲିଗଲା ବୋଲି କୋହଭରା କଣ୍ଠରେ କହିବା ସହ ଏଥିରେ ଯେଉଁମାନେ ସମ୍ପୃକ୍ତ ତାଙ୍କୁ ଫାଶି ଦିଆଯାଉ ବୋଲି ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ଗତକାଲି ମଧ୍ୟାହ୍ଣ ୧.୩୦ମିନିଟ୍ ସମୟରେ ଘଟଣା ପ୍ରଚାର ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କ ଘରେ ଶୋକାକୂଳ ପରିବାରକୁ ସମଦେବନା ଜଣାଇବାକୁ ନା ପ୍ରଶାସନ ନା ଲୋକପ୍ରତିନିଧି କେହି ହେଲେ ପଂହଚିନଥିବା ଅତି ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ଏହି ଘଟଣାରେ ଆଜି ତାଳଚେର ପୋଲିସ୍ ୩ଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିଲେ ମଧ୍ୟ ଥାନାରୁ ଏସମ୍ପର୍କରେ ସଠିକ୍ ତଥ୍ୟ ହସ୍ତଗତ ହୋଇପାରି ନାହିଁ । ତେବେ ଏହି ହୃଦୟବିଦାରକ ଘଟଣାରେ ମ୍ରିୟମାଣ ହୋଇ ଆଜି ଅଲଓଡ଼ିଶା ହ୍ୟୁମାନରାଇଟସ୍ ସଭାପତି ଡ଼ଃ ଦେବେନ୍ଦ୍ର ସିଂହ, ବରିଷ୍ଠ ସାମ୍ବାଦିକ ମନୋଜ ଶତପଥୀ, ଅବନି ପାଣି ତାଙ୍କ କଣିହାଁ ସ୍ଥିତ ଲୋଧାଝରୀ ଗ୍ରାମରେ ପଂହଚି ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ସରକାର ପିଡ଼ୀତାଙ୍କ ପରିବାର ବର୍ଗଙ୍କୁ ତୁରନ୍ତ ୫୦ଲକ୍ଷ ସହାୟତା ରାଶି ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।



