ମା’ବୁଢୀଦେବୀଙ୍କ ଚଣ୍ଡୀଯଜ୍ଞ ଓ ଶନିଶ୍ଚର ଯଜ୍ଞ ପାଇଁ କଳସଯାତ୍ରା
ଢେଙ୍କାନାଳ ସହର ଜୁବୁଲିଟାଉନ୍ସ୍ଥିତ ମା’ ବୁଢୀ ଦେବୀଙ୍କର ବିଜୟସ୍ଥଳୀରେ ମା’ ବୁଢୀଦେବୀଙ୍କ ଚଣ୍ଡୀଯଜ୍ଞ ସହିତ ଶନିଶ୍ଚର ମହାଗ୍ରହ ଯଜ୍ଞର କଳସଯାତ୍ରା ସ୍ଥାନୀୟ ଗୋଡି ପୋଖରୀ ଠାରୁ ପୂଜାର୍ଚ୍ଚନା କରାଯାଇ ୧୨୦ରୁ ଉର୍ଦ୍ଧ ମହିଳା ଓ ପୁରୁଷମାନେ ସହର ପରିକ୍ରମା କରି ପୀଠରେ ସ୍ଥାପନା କରିଥିଲେ । ଚାରିଦିନ ବ୍ୟାପୀ ମା’ଙ୍କର ଚଣ୍ଡୀଯଜ୍ଞ, ଗ୍ରହଯଜ୍ଞ ସହିତ ଶନିଶ୍ଚର ମହାଗ୍ରହ ଯଜ୍ଞ ଅନୁଷ୍ଠିତ ହେବ । ୧୦ ତାରିଖ ଶନିବାର ସୂର୍ଯ୍ୟପୂଜା, ଗୋ-ପୂଜା, କୁଣ୍ଡମଣ୍ଡଳ ପୂଜା ଓ ଚଣ୍ଡୀପାଠ ସହିତ ଶାଲା ସଂସ୍କାର, ଅଗ୍ନିସ୍ଥାପନ, ରୁଦ୍ରାର୍ଜନ ଓ ଗ୍ରହଯଜ୍ଞ ଅନୁଷ୍ଠିତ ହେବ । ୧୧ତାରିଖ ରବିବାର ଶ୍ରୀନୃସିଂହାର୍ଜନ ଓ ଗୀତାଯଜ୍ଞ ଅନୁଷ୍ଠିତ ହେବ । ୧୨ତାରିଖ ସୋମବାର ଦିନ ମା’ଙ୍କର ଷୋଡଶୋପଚାର ପୂଜା, ଚଣ୍ଡୀଯଜ୍ଞ ଓ ପୂର୍ଣ୍ଣହୁତୀ ପରେ ଭକ୍ତମାନଙ୍କ ପାଇଁ ସଂଧ୍ୟାରେ ପ୍ରସାଦସେବନ ବ୍ୟବସ୍ଥା ରହିଛି । ମୁଖ୍ୟ ପୂଜକ ଶୁଭେନ୍ଦୁ କୁମାର ଦାଶ, କାମେଶ ନନ୍ଦ ଓ ବିରଂଚି ପ୍ରସାଦ ନନ୍ଦ, ମନ୍ଦିରର ମୁଖ୍ୟ ପୂଜକ ରାଜ କିଶୋର ମିଶ୍ର, ପର୍ଶୁରାମ କର ଏବଂ ମୁଖ୍ୟ ଦେହୁରୀ ଫକୀର ଦେହୁରୀ, କର୍ତା ଲିଙ୍ଗରାଜ ସାହୁ, କର୍ତୀ ରେବତୀ ସାହୁ, କର୍ତା ଶିଶିର କୁମାର ବାରିକ, କର୍ତୀ ସସ୍ମିତା ବାରିକ ଓ କର୍ତା ସରୋଜ କୁମାର ମହାନ୍ତି ଓ ବୁନୁ ବରାଳ ସମସ୍ତ ପୂଜାକାର୍ଯ୍ୟକୁ ସମ୍ପାଦନ କରିଥିଲେ । କର୍ମକର୍ତା ଅକ୍ଷୟ କୁମାର ଆଚାର୍ଯ୍ୟ, ସାଗରବିନ୍ଦୁ ପଟ୍ଟନାୟକ, ସୁଶାନ୍ତ କୁମାର ବାରିକ, ବିଚିତ୍ରା ବରାଳ, ରାକେଶ ଷଢଙ୍ଗୀ, ଅମି ଦାସ, ଦେବୁ ପଟ୍ଟନାୟକ ପ୍ରମୁଖଙ୍କ ସହିତ ପୂଜା କମିଟିର ସଦସ୍ୟ ଓ ଭକ୍ତମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।



