ସରକାରୀ ଅର୍ଥ ତୋସାରପାତ ଅଭିଯୋଗରେ ଭିଜିଲାସନ୍ସ ଦ୍ୱାରା ଗିରଫ ହୋଇ ଜେଲ ଗଲେ ଡେପୁଟି ରେଞ୍ଜରଙ୍କ ସମେତ ୪ କର୍ମଚାରୀ
କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧୀନ ଜୟପଟଣା ରେଞ୍ଜର କାମ୍ପା ଫଣ୍ଡ ଦୁର୍ନୀତି )ଭବାନୀପାଟଣା, ତା ୧୩। ୦୫। ୨୫କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧୀନ ଜୟପଟଣା ରେଞ୍ଜରେ ପ୍ରାୟ ୮୦ ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କା କାମ୍ପା ଫଣ୍ଡ ଦୁର୍ନୀତି ହୋଇଥିବା ଭିଜିଲାନ୍ସ ରେ ଅଭିଯୋଗ ହୋଇଥିଲା ଅଭିଯୋଗକୁ ଭିତିକରି କୋରାପୁଟ ଭିଜିଲାନ୍ସ ଡିଭିଜନ ର ୨୫ ଜଣିଆ ଟିମ ଗତ ୧୨ ତାରିଖ ଜୟପଟଣା ରେଞ୍ଜ ରେ ପାହଂଚି ତଦନ୍ତ ଆରମ୍ବ କରିଥିଲା ସେମାନେ ଫିଲଡ ରେ ବୁଲି ଦେଖିବା ସହ କାର୍ଯ୍ୟାଳୟ ସମେତ ବିଭିନ୍ନ ଜାଗାରେ ଚଢ଼ାଉ କରି ବହୁ ମୂଲ୍ୟବାନ କାଗଜ ପତ୍ର ଜବତ କରି ଥିଲା। ସେ ସମସ୍ତ ଗୁରୁତ୍ୱପୂର୍ଣ କାଗଜକୁ ଅନୁଧ୍ୟାନ କରି ଭିଜିଲାନ୍ସ ଟିମ ଏକ ବଡ଼ଧରଣର ଦୁର୍ନୀତି ହୋଇଥିବା ସ୍ପଷ୍ଟ କରି ଡେପୁଟି ରେଞ୍ଜର ଙ୍କ ସମେତ ଚାରିଜଣ କର୍ମଚାରୀଙ୍କ ନାମରେ କୋରାପୁଟ ଭିଜିଲାନ୍ସ କେସ ନମ୍ବର ୧୯ ତା ୧୨। ୦୫। ୨୫ ନିଜଆଡୁ ମାମଲା ୠଜୁ କରି ସେମାନଙ୍କୁ ଗିରଫ କରି କୋଟ ଫରୱାଡ କରିଛି। ଏହି ଦୁର୍ନୀତିରେ ସମ୍ପୃକ୍ତି ଥିବା ଡେପୁଟି ରେଞ୍ଜର ସୈରେନଦ୍ରୀ ବାଗ, ଦୁଇ ଫରେଷ୍ଟର ଉମେଶ ରାଉତ, ଦେବରାଜ ସୁନାନୀ ଏବଂ ବନ ରକ୍ଷୀ ଆଲୋକ କୁମାର ସାହୁଙ୍କୁ ଗିରଫ ହୋଇଛନ୍ତି । ଏହି ମହା ଦୁର୍ନୀତିରେ ଆଉ କାହାର ସମ୍ପୃକ୍ତି ଅଛି ସେଥିପାଇଁ ଅଧିକ ତଦନ୍ତ ଚଳାଇଛି। ପ୍ରକାଶ ଥାଉକି ୨୦୨୩ /୨୪ ଆର୍ଥିକ ବର୍ଷରେ କାମ୍ପା ଯୋଜନ ଅର୍ଥାତ କେନ୍ଦ୍ର ସରକାରଙ୍କର ଏହି ଯୋଜନ ମାଧ୍ୟମରେ ଲଣ୍ଡା ପାହାଡ ପୁନର୍ଧାର ଏବଂ ଖାଲି ଥିବା ସ୍ଥାନ ମାନଙ୍କରେ ବୃକ୍ଷ୍ୟ ରୋପଣ କରି ସବୁଜ ବନାନୀ ସୃଷ୍ଟି କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ହୋଇଥିବା ବେଳେ ପ୍ରତେକ ବର୍ଷ ଏହି ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ କରିଥାନ୍ତି। କିନ୍ତୁ ବାସ୍ତବ ଚିତ୍ର ଏଠି ଓଲଟା ଏଠି ଦାୟିତ୍ୱରେ ଥିବା ଅଧିକାରୀ ମିଳିମିଶି ସରକାରୀ ଯୋଜନାକୁ ବାଟବଣା କରିବା ସହ ନିଜ ପକେଟ ଗରମ କରିଥାନ୍ତି।ରେଞ୍ଜ ଦାୟିତ୍ୱରେ ଥିବା ମହିଳା ଡେପୁଟି ରେଞ୍ଜର ଶ୍ରୀମତୀ ସୈରେନଦ୍ରୀ ବାଗ ଚାରିଜଣ କର୍ମଚାରୀଙ୍କ ମାଧ୍ୟମରେ ବହୁ ଜାଲ ବ୍ୟାଙ୍କ ଆକାଉଣ୍ଟ କାର୍ଯ୍ୟରତ ଶ୍ରମିକ ମାନଙ୍କ ନାମରେ ଖୋଲି ସେଥିରେ ସରକାରୀ ଅର୍ଥ ଜମାକରୀ କିଛିଦିନ ମଧ୍ୟରେ ସେଟଙ୍କାକୁ ଉଠାଉ ନିଜ ନିଜ ଭିତରେ ବାଣ୍ଟି ନେଉଥିଲେ ଯାହା ଭିଜିଲାନ୍ସ ସ୍ପଷ୍ଟ୍ କରିଛି। ଏହି ମହା ଦୁର୍ନୀତିରେ କେବଳ ଯେ ଜଣେ ଡେପୁଟି ରେଞ୍ଜରଙ୍କ ର ସମ୍ପୃକ୍ତି ଅଛି ନା ବଡ ବଡ଼ିଆ ବାବୁଙ୍କ ର ସମ୍ପୃକ୍ତି ଅଛି ତାହା ଅତିଶୀଘ୍ର ଖୁଲାସା ହେବ ବୋଲି ପ୍ରକାଶ କରିଛି ଭିଜିଲାନ୍ସ ବିଭାଗ।



