JSPL କମ୍ପାନୀ ପକ୍ଷରୁ ପ୍ରତାରଣା କରିଥିବା ଅଭିଯୋଗରେ କମ୍ପାନୀ ଫାଟକ ସମ୍ମୁଖରେ ଧାରଣାରେ ଗ୍ରାମବାସୀ
କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ଖଣି କମ୍ପାନୀ ଗଢି ଉଠିଛି ଓ ଏହି ଖଣି କମ୍ପାନୀ ମାନେ କମ୍ପାନୀ ସ୍ଥାପନ ବେଳେ ଆଞ୍ଚଳିକ ପ୍ରଶାସନ କୁ ହାତ ବାରିସ୍ କରି ମିଠା ମିଠା ପ୍ରତିଶୃତି ଦେଇ ପରେ ବିସ୍ଥାପିତଙ୍କୁ ପ୍ରତାରଣା କରିଥିବା ଭଳି ସଙ୍ଗୀନ ଅଭିଯୋଗ ହୁଏ। ଅଭିଯୋଗ ନେଇ JSPL କମ୍ପାନୀ ଫାଟକ ବାହାରେ ଧାରଣରେ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା l ଚମ୍ପୁଆ ଉପଖଣ୍ଡ ତଥା ଯୋଡ଼ା ଥାନା ଅନ୍ତର୍ଗତ ଦେଓଝରଠାରେ ଗଢି ଉଠିଥିବା ଓ କାର୍ଯ୍ୟକରୁଥିବା JSPL କମ୍ପାନୀ ଫାଟକ ବାହାରେ କମ୍ପାନୀ କରିଥିବା ପ୍ରତାରଣା ପ୍ରତିବାଦରେ ଗଣଧାରଣାରେ ବସିଛନ୍ତି ବିସ୍ଥାପିତ ଅଞ୍ଚଳ ବାସିନ୍ଦା। କମ୍ପାନୀ ପ୍ରତିଷ୍ଠା ପାଇଁ ନିଜର ଜମି ଦେଇ ଜମି ହରା ହେଇଥିବା ବିସ୍ଥାପିତ ଗ୍ରାମବାସୀ ହତାସ ପ୍ରାୟ lକମ୍ପାନୀ ପ୍ରତିଷ୍ଠା କଲାବେଳେ ମିଠା ମିଠା ପ୍ରତିଶୣତି ଦେଇ ଜମି ଅଧିଗ୍ରହଣ କରିଥିବା ଦେଓଝର,କିତାବେଡ଼ା, ସିଆଲ ଯୋଡା, ଗୋବର୍ଦ୍ଧନ ପୁର ଗ୍ରାମର ବିସ୍ଥାପିତ ଗ୍ରାମବାସୀ ୪୨ଦଫା ଦାବୀ ନେଇ JSPL କମ୍ପାନୀର ୨ଟି ଗେଟ ସମ୍ମୁଖରେ ଥିବା JSPL କମ୍ପାନୀ ଫାଟକ ଵାହାରେ ଧାରଣରେ ବସିଛନ୍ତି । କମ୍ପାନୀର ଦୁଇଟି ଗେଟ ସମ୍ମୁଖରେ ଧାରଣା ଦେଇଥିବା ସ୍ଥାନୀୟ ବାସିନ୍ଦା ମାନେ JSPL କର୍ମଚାରୀଙ୍କୁ କମ୍ପାନୀ ଭିତରକୁ ଛାଡ଼ୁନ ଥିବା ଦେଖିବାକୁ ମିଳିଥିଲା। JSPL କମ୍ପାନୀ ପାଇଁ ନିଜ ଜମି ଓ ଘର ହରାଇଥିବା ଲୋକଙ୍କୁ କମ୍ପାନୀ ବଂଶାନୁକ୍ରମିକ ଅନୁଯାୟୀ ଚାକରି ଓ ସୁବିଧା, ପ୍ରତି ବିସ୍ଥାପିତ ପରିବାରଙ୍କୁ ୫୫୦ ବର୍ଗଫୁଟ ପକ୍କା ଘର, ବିସ୍ଥାପିତ କଲୋନି ଭିତରେ ବରୱେଲ, ରାସ୍ତା ନିର୍ମାଣ ଆଦି ବିଭିନ୍ନ ଦାବୀ ନେଇ ଗଣଧାରଣାରେ ସ୍ଥାନୀୟ ବାସିନ୍ଦା। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



