*ପାହାଡ଼ଶ୍ରୀଗୀଡ଼ା ଗ୍ରାମୀଣ ଉଦ୍ୟାନ ନିର୍ମାଣରେ ଦୁର୍ନୀତର ଗନ୍ଧ, ଭାଗବଣ୍ଟାରେ କିଏ କେତେ …?

RTI ତଥ୍ୟ ରେ ଚାରୀ ନମ୍ବର ପେଜ ରେ ୩୬ ନମ୍ବର ରେ ଲେଖା ଯାଇଛି
ଗାଁର ଉନ୍ନତିକରଣ ପ୍ରତି କେତେ ଧ୍ୟାନ ଦେଉଛନ୍ତି ଜନ ପ୍ରତିନିଧି*
ବରଗଡ:୧୪/୫(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବ୍ଲକ ପାହାଡ଼ଶ୍ରୀଗୀଡ଼ା ଗ୍ରାମ ପଂଚାୟତର ରେଙ୍ଗାଲି ଗ୍ରାମ ଦେଇ ହୀରାକୁଦ ଜଲଭଣ୍ଡାରକୁ ଯାଇଥବା ରାସ୍ତା କଡ଼ରେ ଗ୍ରାମୀଣ ଉଦ୍ୟାନ ରହିଛି। ସୂଚନା ବୋର୍ଡରେ ପ୍ରକଳ୍ପର ଅଟକଳ ମୂଲ୍ୟ ପାଞ୍ଚ ଲକ୍ଷ ଟଙ୍କା ଲେଖାଯାଇଥିବା ବେଳେ ମିଳିଥିବା RTI ତଥ୍ୟ ଅନୁସାରେ ଉଦ୍ୟାନ ନିର୍ମାଣ ସଂପୂର୍ଣ୍ଣ ହୋଇଥିବା ସହିତ ନିର୍ମାଣ କରିବାରେ ମାତ୍ର ଟ.୨୩୫୩୨୦ ଖର୍ଚ୍ଚ ହୋଇଛି।କିନ୍ତୁ କେବେ କାର୍ଯ୍ୟ ଆରମ୍ଭ ହୋଇଛି ଓ କେବେ କାର୍ଯ୍ୟ ଶେଷ ହେଲା ସେ ସମ୍ପର୍କିତ କିଛି ବି ସୂଚନା ବୋର୍ଡ ରେ ଲେଖା ଯାଇନାହିଁ? ଯଦିଓ RTI ରୁ ମିଳିଥିବା ତଥ୍ଯରେ ଗ୍ରାମୀଣ ଉଦ୍ୟାନ ସମ୍ପୂର୍ଣ ହୋଇଛି ବୋଲି ଉଲ୍ଲେଖ ରହିଛି ତେବେ ବାକି ଯାକ ଆସିଥିବା ଅନୁଦାନ ରାଶି ଗଲା କୁଆଡ଼େ କିଛି ଜଣାପଡୁନାହିଁ?ସରକାର କା ମାଳ ଦରିଆମେଁ ଡାଳ କାର୍ଯ୍ୟ କଳାପ ଆଉ କେତେ ଦିନ ଚାଲିବ ?

ଧନ୍ୟବାଦ ଦେବା କଥା ଅଞ୍ଚଳର ଜନ ପ୍ରତିନିଧି ସରପଞ୍ଚ ଗୀତାଞ୍ଜଳି ପ୍ରଧାନଙ୍କୁ ଯିଏ କି ସ୍ପଷ୍ଟ ଦିବାଲୋକରେ ଲୋକଙ୍କୁ ଅନ୍ଧାରରେ ରଖି ଓ ଭୁଆଁ ବୁଲେଇ ସବୁ କିଛି କରିଚାଲିଛନ୍ତି। ରାଜ୍ୟରେ ବର୍ତ୍ତମାନ ଲୋକଙ୍କ ସରକାର ଥିବାବେଳେ ପୂର୍ବତନ ବିଜେଡି ସରକାର ଅମଳରେ ହୋଇଥିବା ଦୁର୍ନୀତିକୁ କିଏ ଦେଇଛି ପ୍ରଶ୍ରୟ ?ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ନାଁ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ପ୍ରଧାନ?ତେବେ ଖବରଟି ସାମ୍ନାକୁ ଆସିଲା ପରେ ଚେଇଁ ଶୋଇଥିବା ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁଛି ନାଁ ହଜୁଛି।ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଲୋକଙ୍କ ସରକାର କି କି ପଦକ୍ଷେପ ନେଉଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି ।ସ୍ଥାନୀୟ ଜନପ୍ରତିନିଧିମାନଙ୍କ ମଧ୍ୟରୁ କିଏ ଦେବ ଏହାର ଜବାବ ବୋଲି ଜନତା ଜନାର୍ଦ୍ଦନ ପ୍ରଶ୍ନ କରୁଛି l



