ଚିଚିଆ ଗ୍ରାମ ରେ ଏକ ଯୁବକକୁ ହତ୍ୟା, ସନ୍ଦେହ ଘେର ରେ ଗୋଲାମୁଣ୍ଡା ପୁଲିସ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନରେ ଥିବା ଚିଚିଆ ଗ୍ରାମର ଏକ ଘର ସମ୍ମୁଖରେ ମୃତ ଦେହ ଉଦ୍ଧାର କରିଛି ପୋଲିସ। ମୃତକ ଜଣକ ହେଲେ ଉକ୍ତ ଗ୍ରାମର ମକରଧ୍ଵଜ ନାଏକ ( ୩୦)। ସୂଚନାରୁ ପ୍ରକାଶ ମକରଧ୍ଵଜ ନାଏକ ଗତକାଲି ରାତିରେ ଘରେ ଶୋଇଥିଲେ । ବୋଧେ ବହୁତ ଗୁଳୁଗୁଳି ଝାଳ ହେବାରୁ ରାତି ୧୨ ଟାରେ ସେ ବାହାରକୁ ଶୋଇ ଆସିଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ସକାଳେ ଦେଖିଲା ବେଳକୁ ତାଙ୍କର ମୃତ ଶରୀର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଘର ସମ୍ମୁଖରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ଏକ ହତ୍ୟାକାଣ୍ଡ କହି ମୃତକର ବାପା ଯୁଧିଷ୍ଠିର ନାଏକ ଦଶପୁର ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ଫାଣ୍ଡି ଅଧିକାରୀ ସୁଶାନ୍ତ ପଣ୍ଡା ନିଜର ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରି ଜବତ କରିଥିଲେ। ପରେ ଗୋଲାମୁଣ୍ଡା ଆଇଆଇସି ଜ୍ୟୋତି ପ୍ରକାଶ ତାଣ୍ଡି ଧର୍ମଗଡ଼ ଏସଡିପିଓ ମୁକ୍ତିକାନ୍ତ କୁଲ୍ଲୁ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ।ପୋଲିସ ହତ୍ୟା ସନ୍ଧେହ କରି କଳାହାଣ୍ଡି ଓ ନବରଙ୍ଗପୁର ସାଇଣ୍ଟିଫିକ ଟିମକୁ ଡାକି ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ବେଳେ ଶବଟିକୁ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟକୁ ପଠାଇଥିବା ଏସ ଆଇ ସୁଶାନ୍ତ ପଣ୍ଡା ସୂଚନା ଦେଇଛନ୍ତି । ଏପଟେ ପରିବାର ଲୋକେ ଏହା ହତ୍ୟାକାଣ୍ଡ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ପୋଲିସ ଏ ଉପରେ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।ଧର୍ମଗଡ଼ ଉପ ଖଣ୍ଡ ପ୍ରତିନିଧି କପୁର ଚ ନ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ



