ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କରିବାକୁ କହିଛନ୍ତି । ମେସିନ ନ ଲଗାଇ ଶ୍ରମିକମାନଙ୍କୁ ନିଯୁକ୍ତି କରି କାମ କରିବାକୁ କହିଛନ୍ତି । ଏଥିପାଇଁ ଆଗାମୀ ଦିନରେ ଗାଇଡ଼ଲାଇନ ଅଣାଯିବ ବୋଲି କହିଛନ୍ତି ।
ଶ୍ରମିକ ନିଯୁକ୍ତି କରି କାମ କରିବାକୁ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଛନ୍ତି ।
ଏହା ଦ୍ବାରା ଦାଦନ ଖଟିବାକୁ ଲୋକ ଆଉ ବାହାରକୁ ଯିବେନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମନେରେଗା କାମକୁ ସଠିକ୍ ଭାବେ କରିବା ପାଇଁ ଚାଲେଞ୍ଜ ଭାବେ ନେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି ।ଭୁବମନରେଗାରେ ଶ୍ରମିକଙ୍କୁ ଲଗାଇ କାମ ନ କରି ମେସିନରେ କାମ ହେଉଛି ମଷ୍ଟର ରୋଲ୍ରେ ରାମ, ଦାମ ନାଁ ପକେଇକି କାମ ହେଉଛି । ଯାହାର ନାମ ମଷ୍ଟର ରୋଲ୍ରେ ଅଛି ସେ ମହାବିଦ୍ୟାଳୟର ଲେକ୍ଚର ତ ଆଉ କେଉଁଠି ମେଡ଼ିସିନ ଡାକ୍ତର ବୋଲି ଜଣାପଡ଼ିଛି ବୋଲତ ମୁଖ୍ୟମନ୍ତ୍ରୀ କହିଛନ୍ତି।ନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏଭଳି ମତପୋଷଣ କରିଛନ୍ତି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-24-scaled.jpg)