ଆଇରନ ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଆଇରନ ଚୋରି ଘଟଣାରେ ଜଡ଼ିତ ଦୁଇ ଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ୍। ସୂଚନା ଅନୁଯାୟୀ ଏକ ହାଇୱା ଯାହାର ନମ୍ବର୍ OD 09P- 0947 ଗାଡ଼ି ଟି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳରେ ଥିବା ମାଇନ୍ସ ରୁ ଆଇରନ ଲୋଡ୍ କରି ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ସ୍ଥିତ ଜଗନ୍ନାଥ ଷ୍ଟିଲ କୁ ଆସିଥିବା ବେଳେ ସେଠାରେ ସେଠାରେ ଉକ୍ତ ଆଇରନ କୁ ଅନ୍ ଲୋଡ ନକରି ଅନ୍ୟତ୍ର ବିକ୍ରି କରୁଥିବା ଯୋଜନା କରୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଡ଼ବିଲ ପୋଲିସ୍ ଉକ୍ତ ଗାଡ଼ିକୁ କାବୁ କରିବାରେ ସଫଳ ହୋଇଥିଲେ, ଏହି ଘଟଣାରେ ସମ୍ପୃକ୍ତ ଗାଡ଼ି ଡ୍ରାଇଭର ଏମ୍ଦି ଦିଲାୱର୍ ଓ ଏହାର ମାଲିକ ଅନିଲ ମହାକୁଡ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



