ଏସ ଟି ଜନ ଓଡିଶା ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ରେ ସାନ୍ତୁନଙ୍କ ୭୩ତମ ରକ୍ତଦାନ

ତାଳଚେର – Date-16/05/25 (ଦୁର୍ଯ୍ୟୋଧନ ପ୍ରଧାନ,) ଆଜି ତାଳଚେର ଅନନ୍ତ ବିହାର କଲୋନୀ ଚିଲିକା କଳାକେନ୍ଦ୍ର ରେ ଏସ ଟି ଜନ ଓଡିଶା ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ରେ ଶିକ୍ଷକ ସାନ୍ତୁନ ସାହୁ ୭୩ତମ ରକ୍ତଦାନ କରିଛନ୍ତି । ଏହି ଉପଲକ୍ଷେ ଭୁବନେଶ୍ୱରୀ କୋଇଲା ଖଣୀର ମହାପ୍ରନ୍ଧକ ଅଜୟ କୁମାର ସିଂ ରକ୍ତଭଣ୍ଡାର ଠାରେ ଉପସ୍ଥିତ ରହି ଶିକ୍ଷକ ଶ୍ରୀ ସାହୁଙ୍କ ଉତୋରୀୟ ଦେଇ ସମ୍ମାନୀତ କରିଥିଲେ । ଜଣେ ଶିକ୍ଷକଭାବେ ଶିକ୍ଷାଦାନ କରିବା ସହ ରକ୍ତଦାନ କରି ମନ୍ୟୁଷ ସମାଜର ଉପକାର କରିବା କାର୍ଯ୍ୟକୁ ଶ୍ରୀ ସିଂ ପ୍ରଶଂସା କରିଥିଲେ । ୪୪ବର୍ଷ ବୟସରେ ଏପର୍ଯ୍ୟନ୍ତ ସେ ୭୩ଥର ରକ୍ତଦାନ କରି ସମାଜରେ ପ୍ରଶଂସିତ ହେବା ସହ ଶ୍ରୀ ସାହୁ ଉଦାହରଣ ସାଜିଛନ୍ତି । ପୁନଶ୍ଚ ଯୁବସମାଜ ପାଇଁ ସେପ୍ରେରଣ ଉତ୍ସ ହେବା ସହ ତାଳଚେର ରକ୍ତଭଣ୍ଡାର ଆଦର୍ଶବୋଲି ମହାପ୍ରବନ୍ଧକ କହିଥିଲେ ।ଏହି ପ୍ରୋଗ୍ରାମ ରେ ରକ୍ତଭଣ୍ଡାରର ଅଧୂକାରୀ ଡଃ ବିନୟ ପାଢ଼ି,ବଳରାମ ପତି ,ଏସ ଟି ଜନ ଆମ୍ବୁଲାନ୍ସ ର ସମସ୍ତ ସଦସ୍ୟ ରକ୍ତଭଣ୍ଡାରରେ ଉପସ୍ଥିତ ରହି ରକ୍ତଦାନ କରୁଥିବା ବ୍ୟକ୍ତି ମାନଙ୍କୁ ଉତ୍ସାହିତ କରୀଥିଲେ ।




