ରାଜପଥ ଲୁଟେରାଙ୍କ ଆତଙ୍କରାଜ୍, ପୁଣି ଗାଡ଼ି ଚାଳକକୁ ଆକ୍ରମଣ କରି ଲୁଟିନେଲେ ।କେନ୍ଦୁଝର ଜିଲ୍ଲା ଖଣିଜ କ୍ଷେତ୍ରରେ ରାଜପଥ ଲୁଟରାଙ୍କ ଆତଙ୍କରାଜ୍, ପୁଣି ଜଣେ ଗାଡ଼ି ଚାଳକକୁ ଆକ୍ରମଣ କରି ଲହୁଲୁହାଣ କରିବା ପରେ ଲୁଟିନେଇଗଲେ ପର୍ସ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ରେ ଆଜି ଭୋର୍ ସମୟରେ ଜଣେ ଟ୍ରଲର ଡ୍ରାଇଭର ରୋଇଡା ମାଇନ୍ସ ନିକଟରେ ଗାଡ଼ିକୁ ରାସ୍ତା କଡ଼ରେ ରଖିଦେଇ ଶୌଚ ପାଇଁ ଯାଇଥିବା ବେଳେ କିଛି ଦୁବୃର୍ତ୍ତ ତାଙ୍କୁ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରିବା ପରେ ତାଙ୍କ ଠାରୁ ଟଙ୍କା ଥିବା ପର୍ଶ କୁ ଛଡାଇ ନେଇ ଫେରାର ହୋଇଯାଇଛନ୍ତି। ଉକ୍ତ ଚାଳକ ଜଣକ ପାଟି କରିବାରୁ ଅନ୍ୟ କିଛି ଚାଳକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ଦେଖିବାକୁ ମିଳିଥିଲା। ଯାହାକି ସୂଚନା ରହିଛି ଉକ୍ତ ରାସ୍ତାରେ ବାରମ୍ବାର ଗାଡ଼ି ଚାଳକ ମାନଙ୍କ ଉପରେ ଏହିଭଳି ରାଜପଥ ଲୁଟେରା ମାନେ ଆକ୍ରମଣ ହେଉଥିବା ଅଭିଯୋଗ ହୁଏ। ଏଥିପ୍ରତି ଆଞ୍ଚଳିକ ପ୍ରଶାସନ ଅଧିକାରୀ ଦୃଷ୍ଟିଦେଇ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୁଏ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

April 30, 2026/
No Comments


