ଶିଳ୍ପ ବର୍ଜ୍ୟବସ୍ତୁ ସହାୟତାରେ ଅନୁଗୋଳ ବାଇପାସ୍ ନିର୍ମାଣ କାର୍ଯ୍ୟରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ଯୋଗଦାନ~୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣରେ ଫ୍ଲାଏ ଆଶ୍ ଏବଂ ଏଲ୍ ଡି ପ୍ଲାଗ୍ ର ସଦୁପଯୋଗ

ନରେନ୍ଦ୍ରପୁର, ୧୯ ମଇ, ୨୦୨୫: ରାସ୍ତା ନିର୍ମାଣ କାର୍ଯ୍ୟରେ ଶିଳ୍ପ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସଏମ) ପରିବେଶ ସୁରକ୍ଷା ପ୍ରତି ନିଜ ପ୍ରତିବଦ୍ଧତ୍ତାକୁ ପ୍ରମାଣିତ କରିଛି। ଟିଏସଏମ ପାୱାର ପ୍ଲାଣ୍ଟରୁ ବାହାରୁଥିବା ପ୍ଲାଏ ଆଶ୍ ଏବଂ ବେସିକ ଅକ୍ସିଜେନ ଫର୍ନେଶ ପ୍ରକ୍ରିୟାରୁ ବାହାରୁଥିବ। ଏଲଡି ସ୍ଲୋଗକୁ ଜାତୀୟ ରାଜପଥ-୫୫ (ଅନୁଗୋଳ ବାଇପାସ୍)ର ନିର୍ମାଣ କାର୍ଯ୍ୟରେ ବ୍ୟବହାର କରିଛି।ଟିଏସଏମର ଏହି ପଦକ୍ଷେପ ଦ୍ବାରା ପରିବେଶ ସୁରକ୍ଷିତ ରହିବା ସହ ରାସ୍ତା ଭରଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଅନ୍ୟାନ୍ୟ ପ୍ରାକୃତିକ ସାମଗ୍ରୀ ଉପରେ ନିର୍ଭରତା ଅନେକାଂଶରେ ହ୍ରାସ ହୋଇପାରିଛି । ଶିଳ୍ପ ବର୍ଜ୍ୟବସ୍ତୁକୁ ପୁନଃବ୍ୟବହାର କରିବା ଦ୍ବାରା, ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଏକ ଦୀର୍ଘସ୍ଥାୟୀ ବିକଳ୍ପ ସୃଷ୍ଟି ହୋଇପାରିଛି ।ଫ୍ଲାଏ ଆସ୍ ବିଜ୍ଞପ୍ତି, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଭାରତୀୟ ଜାତୀୟ ରାଜପଥ ପ୍ରାଧୁକରଣ (ଏନଏଚଏଆଇ) ତଥା ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶାବଳୀକୁ ଅନୁପାଳନ କରି ଆର୍ଥିକ ବର୍ଷ ୨୦୨୩-୨୪ ଏବଂ ୨୦୨୪-୨୫ ରେ, ଟିଏସଏମ ଦ୍ବାରା ଜାତୀୟ ରାଜପଥ-୫୫ (ଅନୁଗୁଳ ବାଇପାସ୍)ର ନିର୍ମାଣ ପାଇଁ ୧୦.୭୩ ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି) ଫ୍ଲାଏ ଆସ୍ ଏବଂ ୯.୫୬ ଏଲଏମଟି ଏଲଡି ସ୍ଲାଗ୍ ପ୍ରଦାନ କରାଯାଇଛି।ଅନୁଗୋଳ ବାଇପାସ୍ ରାସ୍ତା ପ୍ରକଳ୍ପର ତଦାରଖ କରୁଥିବା ଏନଏଚଏଆଇ ରାସ୍ତା ନିର୍ମାଣ କାର୍ଯ୍ୟରେ ଶିଳ୍ପ ବର୍ଜ୍ୟବସ୍ତୁ ପରି ଅନ୍ୟାନ୍ୟ ପରିବେଶ ଉପଯୋଗୀ ସାମଗ୍ରୀର ପୁନଃବ୍ୟବହାର ଉପରେ ଅଧିକ ଗୁରୁତ୍ବ ଦେଇଆସିଛି। ଏପରି ସାମଗ୍ରୀକୁ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରିବା ଦ୍ବାରା ଭିତ୍ତିଭୂମୀର ବିକାଶ ହେବ ଏବଂ ପ୍ରାକୃତିକ ସଂସାଧନ ଉପରେ ନିର୍ଭରତା ମଧ୍ଯ ହ୍ରାସ ପାଇବ।ପରିବେଶର ସୁରକ୍ଷା ପାଇଁ ଟାଟା ଷ୍ଟିଲର ଏହି ପ୍ରୟାସ ଏକ ଦୀର୍ଘସ୍ଥାୟୀ ଭବିଷ୍ୟତକୁ ସୁନିଶ୍ଚିତ କରିବ ଏବଂ ଅର୍ଥନୀତିକୁ ସୁଦୃଢ କରିବାରେ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିବ। ଅନୁଗୋଳ ବାଇପାସ୍ ରାଜପଥ ଅନୁଗୋଳ ସହର ଭିତରେ ଦେଖାଦେଉଥିବା ଭିଡ଼କୁ ହ୍ରାସ କରିବ ଏବଂ ପରିବହନ ବ୍ୟବସ୍ଥାର ଉନ୍ନତିକରଣରେ ସହାୟକ ହେବ ।



