ଫରଙ୍ଗ ଠାରେ ବ୍ଲକ ର ପ୍ରଥମ ମଣ୍ଡି ଉଦଘାଟିତ
ଗୋଲାମୁଣ୍ଡା/୨୦/୫/୨୫/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ପେକ୍ସ ଫରଙ୍ଗ ଧାନ ମଣ୍ଡି ମଙ୍ଗଳବାର ସକାଳ ୧୧ ଟା ରେ ଉଦଘାଟିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ଏହାକୁ ଉଦଘାଟନ କରିଥିଲେ । ଆଜିର ଏହି ଉଦଘାଟନ ସମୟରେ ଏସଆର ବିଶ୍ୱନାଥ ସିଂ, ସମ୍ମାନିତ ଅତିଥି ଭାବରେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ସମେତ ପେକ୍ସ କର୍ମଚାରୀ, ପେକ୍ସ ପ୍ରେସିଡେଣ୍ଟ ଉଦିଆ ନିଆଲ , ପେକ୍ସ ସେକ୍ରେଟାରୀ କିରୋଟି ପ୍ରଧାନ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ପୂର୍ଣଚନ୍ଦ୍ର ଭୋଇ , ନୋଡାଲ ଅଫିସର ଉର୍ମିଲା ନାଗ , ଆର.ଏମ.ସି କର୍ମଚାରୀ ତପନ ନାଏକ, ତ୍ରିନାଥ କାଣ୍ଡ, ରତ୍ନାକର ହଂସ, ଧୀରେନ୍ଦ୍ର ହଂସ, ସ୍ଵାଧୀନ ପ୍ରଧାନ ଏବଂ ବହୁ ଚାଷୀ ଉପସ୍ଥିତ ଥିଲେ।ଗୋଲାମୁଣ୍ଡା ବ୍ଲକ ରେ ୬ ଟି ମଣ୍ଡି ରୁ ଗୋଟିଏ ମଣ୍ଡିରେ ସ୍ଵୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ ପାଇଁ ଚୟନ ହୋଇଥିବା ବେଳେ ୫ ଟି ମଣ୍ଡି ରେ ପ୍ୟାକ୍ସ ଧାନ କ୍ରୟ କରିବ ।କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପ ଖଣ୍ଡ ପ୍ରତିନିଧି କପୁର ଚ ନ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ୍



